Only for Entertainment

ରିଲିଜ ହେଲା ଫିଲ୍ମ ‘ଗୁଡ ନ୍ୟୁଜ’ର ମଜାଦାର ଟ୍ରେଲର, ଗୁଡ ନ୍ୟୁଜ ଦେବାକୁ ଯାଇ ସମସ୍ୟାରେ ପଡିଲେ ଏହି କପଲ୍ସ

ଫିଲ୍ମ ‘ଗୁୁଡ ନ୍ୟୁଜ’ମଜାଦାର ଟ୍ରେଲରକୁ ମେକର୍ସ କିଛି ସମୟ ପୂର୍ବରୁ ରିଲିଜ କରିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଦିଲଜୀତ ଦୋସାଂଝା, କରୀନା କପୁର ଏବଂ କିଆରା ଆଡଭାଣୀ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ମଜାଦାର ହୋଇଥିବା ବେଳେ ଏଥିରେ କନଫ୍ୟୁଜନ, କମେଡୀ ଏବଂ ଡ୍ରାମା ଦେଖିବାକୁ ମିଳିଛି । ଅକ୍ଷୟ କୁମାର ଟ୍ୱିଟ କରି ଫିଲ୍ମର ଟ୍ରେଲର ସେୟାର କରିଛନ୍ତି ।

ଟ୍ରେଲରରେ ଦେଖିବାକୁ ମିଳିଛି କରୀନା କପୁର ଏବଂ ଅକ୍ଷୟ କୁମାର ବେବି ପାଇଁ ପ୍ଲାନିଂ କରୁଛନ୍ତି । ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ଛୁଆ ହୁଏ ନାହିଁ । ଅନ୍ୟପକ୍ଷରେ କିଆରା ଏବଂ ଦଲଜୀତ ଆଉ ଏକ କପଲ ଭାବେ ନଜର ଆସିଛନ୍ତି । ତାଙ୍କର ମଧ୍ୟ ଅକ୍ଷୟ କରୀଙ୍କ ପରି ସମସ୍ୟା ରହିଛି । ଏହାକୁ ନେଇ ଏହି ଦୁଇ କପଲ ବେବି ପାଇଁ ଆଇବିଏଫର ସାହାଯ୍ୟ ନିଅନ୍ତି । ମାତ୍ର ଏହି ମଧ୍ୟ ବଡ ଗଡବଡ ହୋଇଯାଏ । ଏହି କମେଡି ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ରାଜ ମେହତା ଦେଇଛନ୍ତି । ଫିଲ୍ମ ୨୭ ଡିସେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More