Only for Entertainment

ଫିଲ୍ମ ‘ମଲଙ୍ଗ’ର ପ୍ରଥମ ଲୁକ ରିଲିଜ , ଫିଲ୍ମରେ ଆଦିତ୍ୟ-ଦିଶାଙ୍କ ଜବରଦସ୍ତ କେମେଷ୍ଟ୍ରି !

41

ଆଦିତ୍ୟ ରୟ କପୂର ଏବଂ ଦୀଶା ପାଟନୀ ଷ୍ଟାରର ମଲଙ୍ଗର ଫାଷ୍ଟ ଲୁକ ରିଲିଜ ହୋଇଛି । ଫିଲ୍ମ ନିର୍ଦ୍ଦେଶକ ମୋହିତ ସୁରୀ ମଲଙ୍ଗ ଫାଷ୍ଟ ଲୁକ ଶେୟାର କରି ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଆଦିତ୍ୟ ଏବଂ ଦିଶାଙ୍କ ଫ୍ରେଶ ଯୋଡି ଦେଖିବା ଖୁବ ରୋମାଂଚପୂର୍ଣ୍ଣ ରହିବ ।

ମୋହିତ ସୁରୀ ଫଟୋ ଶେୟାର କରି ଲେଖିଛନ୍ତି ଯେ ‘ଚଲୋ ବାପସ କୁଛ ମସ୍ତି ଭରେ ବକ୍ତ କେ ଲିଏ ଗୋଆ ଚଲେଁ…ପାଗଲ ଆଦି ତୁମ୍ହେ ଜନ୍ମଦିନ କି ବଧାଇ । ଏଠାରେ ଆମେ କହି ରଖୁଛୁ ଯେ ମଲଙ୍ଗ ଫାଷ୍ଟ ଲୁକରେ ବିଦେଶୀ ମାନଙ୍କ ଭିତରେ ଆଦିତ୍ୟ ଏବଂ ଦିଶା ଝୁମୁଥିବାର ନଜର ଆସିଛନ୍ତି ।ଏହାକୁ ଦେଖି ଦର୍ଶକଙ୍କୁ ହ୍ରିତିକ ଏବଂ କ୍ୟାଟରୀନାଙ୍କ ସ୍ମୃତି ମନେ ପଡିଯିବ ।

 

View this post on Instagram

 

Let’s go back to Goa for some raver times…..Wishing you a mad birthday Adi!!#AdityaRoyKapur @dishapatani

A post shared by mohitsuri (@mohitsuri) on

ମଲଙ୍ଗର ନିର୍ଦ୍ଦେଶନା ମୋହିତ ସୁରୀ ତୁଲାଉଛନ୍ତି । ଏଥିରେ ଆଦିତ୍ୟ ଏବଂ ଦିଶାଙ୍କ ବ୍ୟତୀତ ଅନୀଲ କପୂର, କୁଣାଲ ଖେମୁ ଏବଂ ଅମୃତା ଖାନବିଲକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । କିଛି ରିପୋର୍ଟ ମୁତାବକ ଫିଲ୍ମର ଅଧିକାଂଶ ସୁଟିଂ ଗୋଆରେ ହୋଇଛି । ସେହିଭଳି କିଛି ସୁଟ ମରିଶସରେ କରାଯାଇଛି ।

ଶେଷଥର ଆଦିଙ୍କୁ ଫିଲ୍ମ ‘କଳଙ୍କ’ରେ ଦେଖିବାକୁ ମିଳିଥିଲା । ଯାହା ବକ୍ସଅଫିସରେ ସଫଳତା ହାସଲ କରିପାରିନଥିଲା ସେହିଭଳି ଦୀଶା ଶେଷଥର ସଲମାନଙ୍କ ଫିଲ୍ମ ଭାରତରେ ନଜର ଆସିଥିଲେ । ଫିଲ୍ମ ଭାରତ ବକ୍ସଅଫିସରେ ଖୁବ କମାଲ ଆୟ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More