Only for Entertainment

ହର୍ଷଲ ଗିବ୍ସ ସେୟାର କଲେ ଆଲିଆ ଭଟ୍ଟଙ୍କ ମିମ, ଲେଖିଲେ କିଏ ଏହି ଯୁବତୀ ମୁଁ ଜାଣି ନାହିଁ

latestly
93

ଦକ୍ଷିଣ ଆଫ୍ରିକାର ପୂର୍ବ ବୋଲର ହର୍ଷଲ ଗିବ୍ସ ସୋସିଆଲ ମିଡିଆରେ ଏକ ମଜାଦାର ଟ୍ୱିଟ କରିଛନ୍ତି । ଏହି ଟ୍ୱିଟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାରେ ରହିଛି । ଏହି ଟ୍ୱିଟରେ ହର୍ଷଲ ଲେଖିଛନ୍ତି ଆଲିଆ ଭଟ୍ଟଙ୍କୁ ଜାଣି ନାହିଁ । ହର୍ଷଲ, ଆଲିଆଙ୍କ ଏକ ମିମ ସେୟାର କରି ନିଜ ଫଲୋୟର୍ସଙ୍କୁ ପଚାରିଛନ୍ତି ଏହି ଯୁବତୀ ଜଣଙ୍କ କିଏ ?

ହର୍ଷଲ ଏହି ଟ୍ୱିଟ ପଢିବା ପରେ ଆଲିଆ ଭଟ୍ଟ ଜବାବ ଦେଇ ନିଜର ଏକ ମିମ ସେୟାର କରିଛନ୍ତି । ଏହା ପରେ ହର୍ଷଲ ଜବାବ ଦେଇ କହିଛନ୍ତି, ‘ମୁଁ ଜାଣି ନଥିଲି ତୁମେ ଜଣେ ବଲିଉଡ ଆକ୍ଟ୍ରେସ କିନ୍ତୁ ଜିଆଇଏଫ ଖୁବ ଭଲ ହୋଇଛି ।’\nହର୍ଷଲଙ୍କ ଟ୍ୱିଟ ପରେ ଲୋକେ ଭିନ୍ନ ଭିନ୍ନ ରିଆକ୍ସନ ଦେଉଥିବା ନଜର ଆସୁଛନ୍ତି । ଜଣେ ଜଣେ ହର୍ଷଲଙ୍କ ମଜା ଉଡାଇ କହିଛନ୍ତି ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହା ସହିତ ତାଙ୍କୁ ସଲମାନ ଖାନଙ୍କ ସହିତ ଫିଲ୍ମ ‘ଇଂଶାଲ୍ଲାହ’ରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More