Only for Entertainment

ପୁଣି ବିବାଦରେ ପପୁ ପମପମ, ରାନୁ ମଣ୍ଡଳଙ୍କୁ ନେଇ କରିଛନ୍ତି ଏଭଳି କାମ

68

 ହାସ୍ୟ ଅଭିନେତା ପପୁ ପମପମ୍ ପୁଣି ବିବାଦରେ । ନିଜର ନୂଆ ସିନେମା ର ପୋଷ୍ଟରକୁ ନେଇ ପପୁ ଯେଉଁ ବିବାଦର ସାମ୍ନା କରିଥିଲେ, ସେଥିରୁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ, ଏବେ ପୁଣି ଥରେ ଆଉ ଏକ ନୂଆ ଅଡୁଆ ସୂତାରେ ଛନ୍ଦି ହୋଇଯାଇଛନ୍ତି ଏହି ହାସ୍ୟ ଅଭିନେତା ।ବର୍ତ୍ତମାନ ସମୟରେ ଯେଉଁ ମହିଳାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ତାଙ୍କୁ ମଧ୍ୟ ନକଲ କରିବାକୁ ପଛାଇ ନାହାନ୍ତି ପପୁ ।  ହଁ, ଆମେ ଆପଣଙ୍କୁ କହୁଛୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳଙ୍କ କଥା । ହିମେଶ ରେଶମିୟାଁଙ୍କ ସହ ସେ ଯେଉଁ ଏକ ଗୀତ ସୁଟ୍ କରିଛନ୍ତି, ତାର ଏକ ଛୋଟିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ହୋଇଯାଇଛି । ଆଉ ଏହି ଗୀତ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଥିବା ବେଳେ, ଅନେକ ମଧ୍ୟ ଏହି ଭିଡିଓର ନକଲ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଆଉ ଏମାନଙ୍କ ତାଲିକାରେ ଏବେ ସାମିଲ ହୋଇଯାଇଛନ୍ତି ପପୁ ପମପମ୍ ।

 

ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଭଳିଭାବେ ରାନୁ ମଣ୍ଡଳ ଗୀତ ଗାଉଥିଲେ ଏବଂ ତାଙ୍କ ପାଖରେ ହିମେଶ ରେଶମିୟାଁ ଛିଡା ହୋଇ ତାଙ୍କୁ ଉତ୍ସାହିତ କରୁଥିଲେ । ଠିକ୍ ସେହିପରି ପପୁ ଏକ ଶାଢି ପିନ୍ଧି ରାନୁ ମଣ୍ଡଳ ସାଜିଛନ୍ତି ଏବଂ ଆଉ ଜଣେ ବ୍ୟକ୍ତି ହିମେଶ ରେଶମିୟାଁଙ୍କ ଭଳି ତାଙ୍କୁ ଉତ୍ସାହିତ କରୁଛନ୍ତି । ରାନୁଙ୍କ ଭଳି ପପୁ ମଧ୍ୟ ରାନୁଙ୍କ ଭଏସରେ ଗୀତ ଗାଇ ନକଲ କରୁଛନ୍ତି । ତେବେ ପପୁ ଜଣେ ଅଭିନେତା ହୋଇ ମଧ୍ୟ, ପ୍ରତିକୂଳ ପରିସ୍ଥିତିରୁ ଚର୍ଚ୍ଚିତ ହୋଇଥିବା ରାନୁଙ୍କୁ ନକଲ କରିବା ଏବେ ବିବାଦର ବିଷୟ ହୋଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More