Only for Entertainment

କସୌଟି ସେଟକୁ ଫେରିଲେ ହିନା ଖାନ, ଆପଣଙ୍କୁ ଇମ୍ପ୍ରେଶ କରିବ ଅନୁରାଗ ପ୍ରେରଣାଙ୍କ ସହିତ ଖାସ କେମେଷ୍ଟ୍ରି ।

23

କସୌଟି ଜିନ୍ଦେଗୀ କେ ଟୁ’ରେ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି ଟିଭି ଅଭିନେତ୍ରୀ ହିନା ଖାନ । ଏବେ ଶୋ’ରେ ତାଙ୍କ ଚରିତ୍ରକୁ ଶେଷ କରିଦିଆଯାଇଛି । କିନ୍ତୁ ଶୋ’ରୁ ଯିବାପରେ ଶୋ’ର ଅନ୍ୟ ସଦସ୍ୟ ମାନଙ୍କୁ ଖୁବ ମିସ କରୁଛନ୍ତି । କିନ୍ତୁ ନିକଟରେ ହିନା ଖାନ କସୌଟି ଶୋ’ର ସଦସ୍ୟ ମାନଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ ।

 

ସୋସିଆଲ ମିଡିଆରେ ହିନା ଖାନଙ୍କ ସହିତ ସାକ୍ଷାତର କେତେକ ଭିଡ଼ିଓ ଭାଇରାଲ ହେଉଛି । ଏଥିରେ ହିନା ଖାନଙ୍କର ପ୍ରେରଣା ଏବଂ ଅନୁରାଗ ବାସୁଙ୍କ ସହିତ ଖାସ ବଣ୍ଡିଂ ଦେଖିବାକୁ ମିଳିଛି ।

ଏକ ଭିଡ଼ିଓରେ ହିନା ସେଟରେ ଉପସ୍ଥିତ ଷ୍ଟାରକାଷ୍ଟ ଏବଂ କ୍ରୁ ସଦସ୍ୟଙ୍କୁ ସାକ୍ଷାତ କରୁଥିବାର ଦେଖିବାକୁ ମିଳିଛି । ଅନ୍ୟ ଏକ ଭିଡ଼ିଓରେ ହିନା, ଏରିକା ଏବଂ ପାର୍ଥଙ୍କ ସହିତ ଭିଡ଼ିଓ ସୁଟିଂ କରୁଥିବାର ନଜର ଆସିଛନ୍ତି । କସୌଟି ବନ୍ଧୁ ମାନଙ୍କ ସହିତ ହିନାଙ୍କ ଏଭଳି ରିୟୁନିଅନକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ବିଭିନ୍ନ ସମୟରେ ଶୁଣିବାକୁ ମିଳେଯେ ହିନା ଏବଂ ଏରିକାଙ୍କ ମଧ୍ୟରେ ସଂପର୍କ ଏତେ ଭଲ ନଥାଏ, କିନ୍ତୁ ସବୁବେଳେ ଏହା ଉଡ଼ା ଖବର ବୋଲି ପ୍ରମାଣିତ ହୋଇଛି । କେବଳ ଏରିକା ନୁହେଁ ନିବେଦିତା ଚରିତ୍ରରେ ନଜର ଆସୁଥିବା ପୂଜା ବାନାର୍ଜୀଙ୍କ ସହିତ ମଧ୍ୟ ହିନାଙ୍କର ଭଲ ବନ୍ଧୁତା ଥିବା ନଜର ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More