Only for Entertainment

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୀନା ଖାନଙ୍କୁ ମିଳିଲା ଏହି ଉପହାର, ଖୁବଶୀଘ୍ର ବଲିଉଡରେ କରିବେ ଏଂଟ୍ରି !

24

ଟେଲିଭିଜନର ବଡ ସିରିଅଲ ‘ୟେ ରିସ୍ତା କ୍ୟା କେହେଲାତା ହେ ଏବଂ କସୌଟି ଜିନ୍ଦେଗୀକି୨’ଫେମ ହିନା ଖାନ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୧୯ରେ ରେଡ କାର୍ପେଟରେ ଡେବ୍ୟୁ କରିଥିଲେ । ଫେଷ୍ଟିଭାଲର ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଦିନ ସେ ଯେତେବେଳେ ରେଡ କାର୍ପେଟରେ ଚଢିଥିଲେ ସମସ୍ତଙ୍କ ନଜର ଅଟକି ଯାଇଥିଲା । ତେବେ ହୀନାଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିବା ଭଳି ଫ୍ୟାନ୍ସଙ୍କ ପାଇଁ ଏବେ ଖୁସି ଖବର । ହୀନା ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯାହାର ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ନାଁ ରହିଛି ଲାଇନ୍ସ । ଏହି ପୋଷ୍ଟର ହିନା ତାଙ୍କ ସୋସିଆଲ ଅକାଉଂଟରେ ଶେୟାର କରିଛନ୍ତି ।


ଟିଭି ସିରିୟଲ ‘ ୟେ ରିସ୍ତା କ୍ୟା କହଲାତା ହେ’ ରୁ ନିଜ କ୍ୟାରିୟର ଆରମ୍ଭ କରି ସଫଳ  ହୋଇଥିବା ହିନା  ଖାନ ଏବେ ବଲିଉଡ଼ରେ ନିଜ ଭାଗ୍ୟ ପରୀକ୍ଷା କରିବା ଲାଗି ଅଣ୍ଟା ଭିଡିଲେଣି। ହିନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲାଇନ୍ସ‘ ର ପୋଷ୍ଟର ୭୨ତମ କାନ୍‌ ଫିଲ୍ମ ଫେଷ୍ଟିଭାଲରେ ରିଲିଜ ହୋଇଛି। ହୀନା ଏଥର କାନ୍‌ରେ ନିଜର ଡେବ୍ୟୁ ମଧ୍ୟ କରିଛନ୍ତି ।  ଏହି ଫିଲ୍ମରେ ସେ ‘ନାଜିଆ’ ନାମ୍ନୀ ଏକ ସାଧାରଣ ଯୁବତୀ ଭୂମିକାରେ ନଜର ଆସିବେ।  ସେ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ଶେଆର କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More