Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
22

ମେଷ: ବ୍ୟବସାୟରେ କୌଣସି ଫାଇଦା ପାଇଁ ନୂଆ ଚୁକ୍ତିନାମା ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ମଉଜ ମଜଲିସ ଓ ମନୋର˚ଜନ କାର୍ଯ୍ୟରେ ସମୟ ବିତିବ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସୁରେଶ୍ବରୀ।

ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କୌଣସି ବଡ଼ ସଉଦା ହୋଇପାରେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଶୁଭ ସମୟ ଆସିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

କର୍କଟ: ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଗାୟତ୍ରୀ।

 

ସି˚ହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଉନ୍ନତିର ରାସ୍ତା ଖୋଲିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିବ। ବ୍ୟବସାୟରେ ବଡ଼ ସଫଳତା ମିଳିପାରେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଜୀବନରେ ମଉଜ ମଜଲିସ ଲାଗି ସୁନ୍ଦର ଅବସର ମିିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ସତ୍ୟନାରାୟଣ।

 

ତୁଳା: ଜୀବନ‌େର ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ସମୟ ଭଲ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଅବସର ମିଳିବ। କୌଣସି ନୂଆ କାମ ପାଇଁ ବିଦେଶ ଯାଇପାରନ୍ତି। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ। ଆପଣଙ୍କ କ୍ରୋଧକୁ ଠିକ୍‌ ଦିଶା ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଭବିଷ୍ୟତ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ଫଇସଲା ନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ଧନୁ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବଡ଼ କ˚ପାନିରେ ଆପଣଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ବ୍ୟବସାୟ‌େର ଆଜି ଡିଲ୍ କରିବାରେ ସଫଳ ହେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ କାଳୀଜାଈ।

 

ମକର: ଆଜି କିଛି କାମରେ ଫାଇଦା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।

 

କୁମ୍ଭ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସଫଳ ହେବ। ଆର୍ଥିକ ସ୍ଥିତିରେ ସୁଧାର ଯୋଗ ରହିଛି। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ମୀନ: ଆଜି ଆପଣଙ୍କ କାମରେ ବାଧା ଆସିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନଧୢାନ ଦେଇ ଶୁଣନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More