Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 36

ମେଷ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ନୂଆ ବ୍ୟବସାୟରେ ବାପା ଓ ଭାଇଙ୍କ ସହଯୋଗ ମିଳିବ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସୁରେଶ୍ୱରୀ।

ବୃଷ: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଭାବିଥିବା ସବୁ କାମ ପୂରା ହେବ। ଅଚାନକ ଧନଲାଭ ହେବ। ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଭଲ ରଖିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଯୋଗ କରନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ। ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପରିଧାନ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ରାଜନୀତି କ୍ଷେତ୍ରରୁ ଲାଭ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଆଖଣ୍ଡଳମଣି।

କର୍କଟ: ଦିନଟିର ଆରମ୍ଭ ଖୁସିର ସହିତ ହେବ। ଜଟିଳ ପ୍ରଶ୍ନରୁ ଲାଭ ମିଳିବ। ଘରେ ଭୋଜିର ଆୟୋଜନ କରିପାରନ୍ତି। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।

 

ସିଂହ: ଆପଣଙ୍କ କ୍ୟାରିୟର ଲାଗି ଭଲ ଦିନଟିଏ। ନୂଆ ଚାକିରି ମିଳିବାର ଯୋଗ ରହିଛି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ଦିନଟି ଆପଣଙ୍କ ଲାଗି ସହଜ ହେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ। ଛାତ୍ରଙ୍କୁ ସଫଳତା ଲାଗି ପରିଶ୍ରମ ଅଧିକ କରିବାକୁ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। ବ୍ୟବସାୟରେ ନୂଆ ସଉଦା ହେବ। ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ। ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ୍‌ ହେବ। ପିଲାମାନଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସନ୍ତୋଷୀ ମାତା।

 

ବିଛା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। ସମସ୍ୟାକୁ ନେଇ ମିତ୍ରଙ୍କ ସହିତ କଥାବାର୍ତ୍ତା କରନ୍ତୁ, ମନ ହାଲୁକା ହେବ। ନୂଆ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଅଚାନକ ଧନଲାଭ ହେବ। ଛାତ୍ରମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।

 

ଧନୁ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟରେ ବଡ଼ ସଉଦା ଲାଗି ଦୂରସ୍ଥାନକୁ ଯାତ୍ରାରେ ଯିବେ। ରାଜନୈତିକ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ମକର: ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। ତାଙ୍କ ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ଗୁରୁତ୍ଵପୂର୍ଣ୍ଣ ଫଇସଲା ନେଇପାରନ୍ତି। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ସାକ୍ଷାତକାରରେ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମଝିଘରିଆଣୀ।

 

କୁମ୍ଭ: ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ଅଚାନକ ଧନଲାଭ ହେବ। ଆଜି ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

 


ମୀନ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More