Only for Entertainment

ରାହୁ ଦଶା ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ ।

Pundit Junction
0 58

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୁଦାୟ ୯ଟି ଗ୍ରହଙ୍କ ମଧ୍ୟରୁ ଶନି, ରାହୁ ଓ କେତୁ ସବୁଠାରୁ କ୍ରୁର ହୋଇଥା’ନ୍ତି। ଯଦି କାହା ଜାତକରେ ରାହୁ ଓ କେତୁ ଅଶୁଭ ସ୍ଥିତିରେ ରହିଥା’ନ୍ତି ତେବେ ତାଙ୍କୁ ଚିନ୍ତା ଓ ବିଫଳତା ସର୍ବଦା ଲାଗି ରହିଥାଏ। ରାହୁ କେତୁ ଏହି ଦୁଇ ଗ୍ରହ ପାଇଁ ଜାତକରେ କାଳସର୍ପ ଦୋଷ ଲାଗିଥାଏ। ଥରେ ରାହୁଙ୍କ କୋପଦୃଷ୍ଟି ପଡ଼ିଲେ ବିଫଳତା ଦେଖାଦେବା ସହ ଗଭୀର ଚିନ୍ତା ଲାଗିରହେ ଯାହାଦ୍ୱାର ଜୀବନରେ ଅଶାନ୍ତି ଓ କଷ୍ଟ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କର ଏହି କୋପରୁ ରକ୍ଷା ପାଇବା ପାଇଁ କିଛି ଉପାୟ ରହିଛି। ଯାହାକୁ ଅବଲମ୍ବନ କରିବା ଦ୍ୱାରା ଏହି ଦୋଷ କମ୍‍ ହୋଇଥାଏ।

କୋପରୁ ବର୍ତ୍ତିବାର ଉପାୟ:

  • ଜାତକରୁ ରାହୁ ଦୋଷର ପ୍ରଭାବକୁ କମ୍‍ କରିବା ପାଇଁ ପ୍ରତ୍ୟେକ ସୋମବାର ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ।
  • ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଭୋଳାନାଥଙ୍କୁ କ୍ଷୀରି ଭୋଗ ଲଗାନ୍ତୁ।
  • ଶନିବାର ଅଶ୍ୱସ୍ଥ ବୃକ୍ଷ ଓ ଶନିଙ୍କୁ ଜଳ ଅର୍ପଣ କରନ୍ତୁ।
  • ” ଓଁ ରାଂ ରାହୁୱେ ନମଃ” ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
  • ରାହୁଙ୍କ ପ୍ରଭାବକୁ କମ୍‍ କରିବା ପାଇଁ କିଛି କଳା ବସ୍ତୁ ଦାନ କରନ୍ତୁ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More