Only for Entertainment

‘ସତ୍ତେ ପେ ସତ୍ତା’ର ରିମେକରେ ଦୀପିକା ପାଦୁକୋନଙ୍କ ସହିତ ରୋମାନ୍ସ କରିପାରନ୍ତି ହ୍ରିତିକ ରୋଶନ, ଖୁବ ଶୀଘ୍ର ଆରମ୍ଭ ହେବ ସୁଟିଂ

India Today
24

କିଛି ଦିନ ପୂର୍ବେ ରୋହିତ ସେଟ୍ଟୀ ଘୋଷଣା କରିଥିଲେ ସେ ଫରାହ ଖାନଙ୍କ ସହିତ ମିଶି ଏକ ଫିଲ୍ମ ନିର୍ମାଣ କରିବେ । ରୋହିତ ସେଟ୍ଟୀ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ ଏବଂ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ ଫରାହ ଖାନ । ଏହା ପରେ ଦୁହେଁ ସତ୍ତେ ପେ ସତ୍ତାର ରିମେ କ ନର୍ମାଣ କରୁଛନ୍ତି ବୋଲି ଖବର ଆସିଲା । ୧୯୮୨ରେ ରିଲିଜ ହୋଇ ଥିବା ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ସହିତ ହେମା ମାଳିନୀଙ୍କୁ ଦେଖିବାକୁ ମିଳିଥିଲା ।

ଶୁଣିବାକୁ ମିଳୁଛି ଯେ, ମେକର୍ସ ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ନେବା ପାଇଁ ଚାହୁଁଛନ୍ତି । ଏହି ଫିଲ୍ମର ଲିଡ ଆକ୍ଟର ପାଇଁ ପ୍ରଥମେ ଶାହରୁଖ ଖାନ, ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ନାମ ସାମ୍ନାକୁ ଆସିଥିଲା କିନ୍ତୁ ଏବେ ଫିଲ୍ମ ପାଇଁ ହ୍ରିତିକ ରୋଶନଙ୍କୁ ଚୟନ କରାଯାଇଛି । ଯଦି ହ୍ରିତିକ ଏହି ଫିଲ୍ମକୁ ସାଇନ କରନ୍ତି ତେବେ ପ୍ରଥମଥର ପାଇଁ ପରଦାରେ ଦୀପିକା-ହ୍ରିତିକଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ ।

hrithik-and-deepika-

ଫିଲ୍ମ ବି ଷୟରେ କହିବାକୁ ଗଲେ ଦୀପିକା ଏବେ ମେଘନା ଗୁଲଜାରଙ୍କ ଫିଲ୍ମ ଛପାକର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଜଣେ ଏସିଡ ଆଟାକ ସରଭାଇବର ଭୂମିକାରେ ନଜର ଆସିବେ । ସେହିପରି ହ୍ରିତିକ ନିଜର ଆଗାମୀ ଫିଲ୍ମ ସୁପର ୩୦ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More