Only for Entertainment

ପ୍ରଭୁ ଦେବାଙ୍କ ‘ଉର୍ବଶୀ’ ଗୀତରେ ଡାନ୍ସ କଲେ ସଲମାନ, ଦେଖନ୍ତୁ !

30

ସଲମାନ ଖାନ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ୩’ରେ କାମ କରୁଛନ୍ତି, ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ପ୍ରଭୁ ଦେବା । ଏହି ଫିଲ୍ମ ଚଳିତ ବର୍ଷର ମୋଷ୍ଟ ଆୱେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଛି ,ଯେଉଁଥିରେ ସଲମାନଙ୍କୁ ପ୍ରଭୁ ଦେବାଙ୍କ ଠାରୁ ଡାନ୍ସ ଶିଖୁଥିବାର ଦେଖିବାକୁ ମିଳିଛି ।

ଦବଙ୍ଗ୩’ରେ ସାଉଥ ଇଣ୍ଡିଆନ ଷ୍ଟାର ସୁଦୀପ ଖଳନାୟକ ଭୂମିକାରେ ନଜର ଆସିବେ, ଏହି ଫିଲ୍ମରେ ସୋନାକ୍ଷୀ ଏବଂ ଅରବାଜ ଖାନ ପୁରୁଣା ଭୂମିକା ରଜ୍ଜୋ ଏବଂ ମଖନ ଚନ୍ଦ ପାଣ୍ଡେ ଭୂମିକାରେ ନଜର ଆସିବେ । ସଲମାନ ଅନେକ ସମୟରେ ନିଜ ସୋସିଆଲ ଅକାଉଂଟରେ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରି ଫ୍ୟାନ୍ସ ମାନଙ୍କୁ ହସାଇ ଲୋଟପାଟ କରାଉଛନ୍ତି । ଏବେ ମଧ୍ୟ ସେହିଭଳି କିଛି କରିଛନ୍ତି ସଲମାନ ।

 

View this post on Instagram

 

Dance class from the master himself . . Prabhu Deva @kichchasudeepa @wardakhannadiadwala

A post shared by Salman Khan (@beingsalmankhan) on

ସଲମାନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସଲମାନ ଖାନଙ୍କ ବ୍ୟତୀତ ସୁଦୀପ ଏବଂ ପ୍ରଡ୍ୟୁସର ସାଜିଦ ନାଡିୟାଡୱାଲା ମଧ୍ୟ ଡାନ୍ସ ଗୁରୁ ପ୍ରଭୁ ଦେବାଙ୍କ ଠାରୁ ଡାନ୍ସ ଶିଖୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସମସ୍ତେ ଫେମସ ଗୀତ ‘ଉର୍ବଶୀ’ରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ସଲମାନ ପୋଷ୍ଟ କରି ଲେଖିଛନ୍ତି ‘ଡାନ୍ସ ଗୁରୁ ପ୍ରଭୁ ଦେବାଙ୍କ ଠାରୁ ଡାନ୍ସ ଶିଖୁଥିବା ବେଳେ !’

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ‘ଦବଙ୍ଗ’ ଫ୍ରାଂଚାଇଜର ତୃତୀୟ ଫିଲ୍ମ ଅଟେ । ଏହା ଚଳିତ ବର୍ଷ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More