Only for Entertainment

ସାରା ଓ ଅନନ୍ୟାଙ୍କ ପରେ ଏବେ କାର୍ତ୍ତିକ ଆର‌୍ୟନଙ୍କ ପାଇଁ ଦିୱାନୀ ହେଲେ ଏହି ଅଭିନେତ୍ରୀ !

55

ଏବେ ଅଭିନେତା କାର୍ତ୍ତିକ ଆର‌୍ୟନ ଖୁବ ଲାଇମଲାଇଟରେ ରହୁଛନ୍ତି । ଏହାର କାରଣ ତାଙ୍କର ଆଗାମୀ ଫିଲ୍ମ ନୁହେଁ ବରଂ ତାଙ୍କ ପର୍ସନାଲ ଲାଇଫ । ଏବେ କାର୍ତ୍ତିକ ଆର‌୍ୟନ କାହାସହ ରିଲେସନସିପରେ ନାହାନ୍ତି ଯଦିଓ , ଏଭଳି ନାହିଁ କି ତାଙ୍କ ଆଗରେ କେହି ନିଜର ପ୍ରେମ ଜାହିର କରିପାରିବ ନାହିଁ ।

କିଛିଦିନ ପୂର୍ବେ ସାରା ଅଲୀ ଖାନ ଏବଂ ଅନନ୍ୟା ପାଣ୍ଡେ କାର୍ତ୍ତିକ ଆର‌୍ୟନଙ୍କ ପାଇଁ ଥିବା ଫିଲିଂ କୁ ଜାହିର କରିଥିଲେ । ସାରା କରଣ ଜୋହରଙ୍କ ଚାଟ ଶୋ’ରେ କାର୍ତ୍ତିକ ତାଙ୍କର କ୍ରଶ ବୋଲି କହିଛନ୍ତି ଏବଂ ତାଙ୍କ ସହ ଡେଟ ରେ ଯିବେ ବୋଲି କହିଥିଲେ । ତେବେ ଅନନ୍ୟାଙ୍କ ସହ ମଧ୍ୟ କାର୍ତ୍ତିକଙ୍କୁ ଅନେକ ଥର ଦେଖିବାକୁ ମିଳିଛି । ସେହିଭଳି ଏବେ ଏବେ ଆଉ ଜଣେ ନାୟିକା ନିଜ ଫିଲିଂ ଜାହିର କରିଛନ୍ତି । ଏବେ ଶର୍ମିନ ସେହଗଲଙ୍କର ମଧ୍ୟ କାର୍ତ୍ତିକଙ୍କୁ ହୃଦୟ ଦେବାକୁ ଲାଗଲେଣି । ଶର୍ମିନ କହିଛନ୍ତି ଯେ ସେ କାର୍ତ୍ତିକଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ନିକଟରୁ ଜାଣିବାକୁ ଚାହୁଁଛନ୍ତି ।

ଫିଲ୍ମ ମଲାଲରୁ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀଙ୍କୁ ନିକଟରେ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ଏଭଳି କଣ ଜିନିଷ ରହିଛି ଯାହା ଆପଣ କାର୍ତ୍ତିକଙ୍କୁ ପଚାରିବାକୁ ଚାହିଁବେ । ଏହାଶୁଣି ଶର୍ମିନ କହିଥିଲେ ସେ କାର୍ତ୍ତିକଙ୍କୁ ତାଙ୍କ ସହ ଡେଟରେ ଯିବା ପାଇଁ କହିବେ । କାରଣ ସେ କାର୍ତ୍ତିକଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି । ଏହାଶୁଣି କାର୍ତ୍ତିକଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ସମୟ ଆସିଲେ ଜଣା ପଡିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏବେ ଫିଲ୍ମ ‘ଲଭ ଆଜ କଲ୨’ ଓ ‘ପତି ପତ୍ନୀ ଔର ୱୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More