Only for Entertainment

ବିଗିଡ଼ିଲା ହ୍ରିତିକଙ୍କ ଭଉଣୀଙ୍କ ସ୍ୱାସ୍ଥ୍ୟାବସ୍ଥା । ଖୁବ ମୂଲ୍ୟବାନ ଆଗାମୀ ୨୪ ଘଂଟା ।

bollywood tadka
69

ବଲିଉଡ ଆକ୍ଟର ହ୍ରିତିକ ରୋଶନ ଏବେ ତାଙ୍କର ଅପକମିଂ ଫିଲ୍ମ ‘ସୁପର ୩୦’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ମଧ୍ୟରେ ତାଙ୍କ ପରିବାର ସହିତ ଯଡ଼ିତ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ହ୍ରିତିକଙ୍କ ଭଉଣୀ ସୁନୈନା ରୋଶନ ମାନସିକ ରୋଗରେ ପିଡ଼ିତ । କୁହାଯାଉଛି ବାଇପୋଲର ଡିସଅର୍ଡରରେ ପିଡ଼ିତ ସୁନୈନାଙ୍କ ସ୍ୱାସ୍ଥ୍ୟାବସ୍ଥା କିଛି ଦିନ ହେବ ବିଗିଡ଼ି ଯାଇଛି ।

ଡାକ୍ତରଙ୍କ କହିବା ଅନୁସାରେ ୨୪ ଘଂଟା ତାଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ମଧ୍ୟରେ ସୁନୈନାଙ୍କୁ କଡ଼ା ନଜରରେ ରଖାଯିବ । ଗତ କିଛି ଦିନ ହେବ ସୁନୈନାଙ୍କ ଶରୀର ଅସୁସ୍ଥ ଥିଲା । କିନ୍ତୁ ଏବେ ଶରୀର ଅଧିକ ବିଗିଡ଼ି ଯିବାରୁ ରୋଶନ ପରିବାରର ଚିନ୍ତା ଅଧିକ ବଢିଯାଇଛି ।

୨୦୧୮ରେ ସୁନୈନା ଏହି ରୋଗ ବିଷୟରେ ଖୋଲି କହିଥିଲେ । ସେ ଏଥିରୁ ବାହାରିବାକୁ ଚେଷ୍ଟା ମଧ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More