Only for Entertainment

ଏବେ ଭୂତ ହୋଇ ଡରାଇବେ ଭିକ୍କୀ କୌଶଲ, ଫଟୋରେ ନଜର ଆସିଲା ଭୟଙ୍କର ପରିସ୍ଥିତି ।

bollywood tadka
33

ବଲିଉଡ ଆକ୍ଟର ଭିକ୍କୀ କୌଶଲ ଖୁବଶୀଘ୍ର ଏକ ହରର ଥ୍ରିଲର ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ଭୂମି ପେଡନେକର । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଭାନୁ ପ୍ରତାପ ସିଂ । ଫିଲ୍ମ ନିର୍ମାଣ କରିବେ ଶଶାଙ୍କ ଖୈତାନ ଏବଂ କରଣ ଜୋହର । ଏହି ଫିଲ୍ମ ବିଷୟରେ କରଣ ଜୋହର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହିତ ସେ ଫିଲ୍ମର ଏକ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି । କେବଳ ସେତିକି ନୁହେଁ ଫିଲ୍ମର ଟାଇଟଲ ମଧ୍ୟ ଘୋଷଣା କରିଛନ୍ତି କରଣ ଜୋହର ।

 

ଏହି ଫିଲ୍ମର ନାମ ‘ଭୂତ’ । ଭିକ୍କୀ ପ୍ରଥମ ଥର ହରର ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ । ଖାସ କଥା ହେଉଛି ଫିଲ୍ମର କାହାଣୀ ମୁମ୍ବାଇର ହଂଟେଡ ସିପର । ତେବେ ଭିକ୍କୀ ଏବଂ ଭୂମି ପ୍ରଥମ ଥର ସ୍କ୍ରିନ ଶେୟାର କରିବେ । ଫିଲ୍ମ ୧୫ ନଭେମ୍ବର ୨୦୧୯କୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More