Only for Entertainment

ଆନନ୍ଦଙ୍କ ଭୂମିିକାରେ ନଜର ଆସିବେ ହ୍ରିତିକ

Hindustan Times
0 44

ଫିଲ୍ମ ‘କାବିଲ’ ପରଠାରୁ ବଲିଉଡର ଗ୍ରୀକ ଗଡ ନାମରେ ପରିଚିତ ହ୍ରିତିକ ରୋଶନ ଫିଲ୍ମକୁ ନେଇ କମ, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ସମୟ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ଏବେ ପୁଣିଥରେ ତାଙ୍କ ଆଗାମୀ ଫିଲ୍ମ ‘ସୁପର ୩୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିହାରର ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର ୩୦ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଆନନ୍ଦ କୁମାରଙ୍କ ଜୀବନକୁ ନେଇ ନିର୍ମାଣ କରାଯାଉଛି ଫିଲ୍ମ ‘ସୁପର ୩୦’ । ଅନେକ ଆଲୋଚନା ପରେ ପରିଶେଷରେ ଏହି ଫିଲ୍ମରେ ଆନନ୍ଦ ଭୂମିକା ନିଭାଇବା ଲାଗି ହ୍ରିତିକଙ୍କୁ ଫାଇନାଲ କରାଯାଇଛି ।

ଗତ ଜାନୁୟାରୀ ୨୨ ତାରିଖରୁ ହ୍ରିତିକ ବନାରସରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଆଉ ଏବେ ନିର୍ମାତା ଫାଣ୍ଟମ ଫିଲ୍ମସ ପକ୍ଷରୁ ହ୍ରିତିକଙ୍କ ଭୂମିକାର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଅଡୁଆ ବାଳ ସାଙ୍ଗକୁ ଲମ୍ବା ଦାଢିରେ ହ୍ରିିତିକ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଲାଗୁଛନ୍ତି । ଖୁବ ପ୍ରଶଂସା ପାଇଛି ତାଙ୍କର ଏହି ଲୁକଟି । ଆଉ ଏହି ଫଟୋ ଦର୍ଶକମାନଙ୍କ ଉତ୍ସାହକୁ ମଧ୍ୟ ବଢାଇ ଦେଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିକାଶ ବହଲ । ବନାରସରେ ସୁଟିଂ ଶେଷ ହେବା ପରେ ମୁମ୍ବାଇରେ ଉଭୟ ପାଟନା ଓ ଭୋପାଳ ସହରର ସେଟ ଲଗାଯାଇ ସୁଟିଂ କରାଯିବ ବୋଲି ଶୁଣିବାକୁ ମିଳିଛି । ମାତ୍ର ଏପରି ହେବ କିମ୍ବା ମୂଳ ସହରରେ ହିଁ ସୁଟିଂ କରାଯିବ ତାହା ସ୍ପଷ୍ଟ ହୋଇପାରିବ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କ ନିକଟରୁ ସୂଚନା ମିଳିବା ପରେ । ତେବେ ସେ ଯାହା ହେଉ ନା କାହିଁକି ହ୍ରିତିକଙ୍କ ଏହି ଭିନ୍ନ ଲୁକ ସାଉଁଟୁଛି ଅନେକ ପ୍ରଶଂସା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More