Only for Entertainment

ଆଗାମୀ ବାଓଗ୍ରାଫିକାଲ୍ ଥ୍ରୀଲର୍ ଫିଲ୍ମ ‘ହୋଟେଲ୍ ମୁମ୍ବାଇ’ର ହୃଦୟସ୍ପର୍ଶୀ ଗୀତ ‘ହମେଁ ଭାରତ କେହତେ ହୈଁ’ ରିଲିଜ !

47

ଆଗାମୀ ବାଓଗ୍ରାଫିକାଲ୍ ଥ୍ରୀଲର୍ ଫିଲ୍ମ ‘ହୋଟେଲ୍ ମୁମ୍ବାଇ’ର ଏକ ହୃଦୟସ୍ପର୍ଶୀ ଗୀତ ମୁକ୍ତିଲାଭ କରିଛି । ଗୀତର ଟାଇଟେଲ୍ ରହିଛି ‘ହମେଁ ଭାରତ କେହତେ ହୈଁ’ । ୨୦୦୮ରେ ଏହି ପଂଚ ତାରକା ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । କିଭଳି ହୋଟେଲ କର୍ମଚାରୀମାନେ ଆତଙ୍କବାଦୀଙ୍କ କବଳରୁ ହୋଟେଲରେ ଥିବା ଅତିଥିଙ୍କୁ ରକ୍ଷା କରୁଛନ୍ତି ତାହାର ଦୃଶ୍ୟ ଏହି ଗୀତରେ ଦେଖିବାକୁ ମିଳିଛି । କାହାଣୀକୁ ସୁହାଇଲା ଭଳି ଏକ ଦେଶାତ୍ମବୋଧ ଗୀତକୁ ମେକର୍ ଏହି ସିନେମାରେ ସ୍ଥାନ ଦେଇଛନ୍ତି । ଯେଉଁଥିରେ ଶୁଣିବାକୁ ମିଳିଛି ନବାଗତ କଣ୍ଠଶିଳ୍ପୀ ଷ୍ଟେବିନ୍ ବେନଙ୍କ ଆକର୍ଷଣୀୟ କଣ୍ଠ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ସନ୍ନି ଇନ୍ଦର୍ । ଆଉ ଏଥିରେ ଲିରିକ୍ସର ଭାର ତୁଲାଇଛନ୍ତି କୁମାର୍ । ଏହି ସିନେମାରେ ହଲିଉଡ୍ ଫେମ୍ ଅଭିନେତା ଦେବ୍ ପଟେଲ୍ ଓ ବଲିଉଡ୍ ଅଭିନେତା ଅନୁପମ୍ ଖେରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ କିଛି ଇଣ୍ଡୋ- ଅଷ୍ଟ୍ରେଲିୟା କଳାକାରଙ୍କ ଅଭିନୟ ବି ଦେଖିବାକୁ ମିଳିବ ଏହି ସିନେମା ।

ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଅଷ୍ଟ୍ରେଲିୟ ଫିଲ୍ମ ମେକର୍ ଆନ୍ଥୋନୀ ମାରାସ୍ । ଗତବର୍ଷ ଏହି ସିନେମାର ସ୍କ୍ରିନିଂ ଟରୋଂଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିବାଲ୍, ଅଷ୍ଟ୍ରେଲିଆରେ ଅଡିଲେଡ୍ ଫିଲ୍ମ ଫେଷ୍ଟିବାଲରେ ପ୍ରଦର୍ଶୀତ ହୋଇ ପୁରସ୍କୃତ ହୋଇଛି । ଏହାସହ ଅଷ୍ଟ୍ରେଲିଆରେ ଗତ ମାର୍ଚ୍ଚ ମାସରେ ମଧ୍ୟ ରିଲିଜ୍ ହୋଇ ସାରିଛି ଏହି ସିନେମାଟି । ଯାହାକୁ ସେଠାକାର ଦର୍ଶକ କରିଛନ୍ତି ଢେର ପସନ୍ଦ । ତେବେ ଭାରତରେ ଏହି ସିନେମାଟି ଆସନ୍ତା ୨୯ ତାରିଖରେ ରିଲିଜ୍ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More