Only for Entertainment

ରାତିରେ ଠିକ ଭାବରେ ନିଦ ହେଉନଥିଲେ କରନ୍ତୁ ଏହି ଉପାୟ

276

ଦିନ ସାରା ଅକ୍ଳାନ୍ତ ପରିଶ୍ରମ ପରେ ସମସ୍ତେ ରାତିରେ ଶାନ୍ତିରେ ଶୋଇବା ପାଇଁ ଚାହାଁନ୍ତି । କିନ୍ତୁ ଯଦି ଠିକ ଭାବରେ ନିଦ ନ ହୁଏ ବିଭିନ୍ନ ଚିନ୍ତା ମାଡ଼ି ବସେ ଓ ଏହା ସହିତ ଶରୀର ମଧ୍ୟ ଅସୁସ୍ଥ ହୋଇଯାଏ । ତେବେ କିଭଳି ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଆଲୋଚନା କରିବା ।

ଶୋଇବା ଘରେ ମଲ୍ଲୀ ଗଛ ଲଗାଇଲେ ଭଲ ନିଦ ହୋଇଥାଏ। ଏହାବ୍ୟତୀତ ମଲ୍ଲୀ ଫୁଲର ସୁଗନ୍ଧରେ ଭଲ ନିଦ ହୋଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

 

  ବେଡ୍‌ ରୁମ୍‌ରେ ଲାଭେଣ୍ଡର ଗଛ ରଖିପାରିବେ। ଏହା ଦ୍ୱାରା ନିଦ୍ରାଜନିତ ସମସ୍ୟା ଦୂର ହୋଇଥାଏ। ଏହି ଫୁଲର ବାସ୍ନା ମନକୁ ଶାନ୍ତ ରଖେ। ଏହା ସହିତ ଏହି ଫୁଲରେ ଯନ୍ତ୍ରଣା ନିବାରଣର ସମସ୍ତ ଗୁଣ ରହିଛି।

 

 ଗାର୍ଡେନିଆ ନାମକ ଫୁଲ ଗଛକୁ ଆପଣ ବେଡ୍‌ରୁମ୍‌ରେ ରଖିପାରିବେ। ଏହି ଫୁଲର ସୁଗନ୍ଧ ମସ୍ତିଷ୍କକୁ ଶାନ୍ତ କରିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ବିଶାରଦଙ୍କ ମତରେ ଏହି ଫୁଲକୁ ବେଡ୍‌ରୁମ୍‌ରେ ରଖିଲେ ଭଲ ନିଦ ହୋଇଥାଏ।

 

 ସ୍ନେକ ପ୍ଲାଣ୍ଟକୁ ମଧ୍ୟ ଆପଣ ନିଜ ବେଡ୍‌ ରୁମ୍‌ରେ ରଖିପାରିବେ। ଏହି ଗଛ ଦୂଷିତ ପବନକୁ ନିଜ ଆଡ଼କୁ ଟାଣି ନେଇଥାଏ। ଏଥିପାଇଁ ଏହି ଗଛକୁ ବେଡ୍‌ ରୁମ୍‌ରେ ରଖିଲେ ଭଲ ନିଦ ହୋଇଥାଏ।

 

ଆପଣ ଏଲୋଭେରା ବା ଘିକୁଆଁରୀ ଗଛକୁ ବେଡ ରୁମ୍‌ରେ ରଖିପାରିବେ। ଏହି ଗଛର ଅନେକ ଔଷଧୀୟ ଗୁଣ ରହିଛି। ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହାକୁ ଶୋଇବା ଘରେ ରଖିଲେ ଘରର ପରିବେଶ ଶୁଦ୍ଧ ରହିଥାଏ ଏବଂ ଭଲ ନିଦ ମଧ୍ୟ ହୋଇଥାଏ।

 

ବାସ୍ତୁ ବିଜ୍ଞାନୀଙ୍କ ମତରେ, ଆପଣ ବାଉଁଶ ଗଛକୁ ବେଡ୍‌ ରୁମ୍‌ରେ ରଖିପାରିବେ। ଏହା ଦ୍ୱାରା ଘରର ପରିବେଶ ଶୁଦ୍ଧ ରହିଥାଏ।  ପରିବେଶରେ ଥିବା କାର୍ବନ୍‌ ମନୋକ୍ସାଇଡ୍‌ ଏବଂ ବେଞ୍ଜିମ୍‌ ପରି କ୍ଷତିକାରକ ତତ୍ତ୍ୱକୁ ମଧ୍ୟ ଏହା ନଷ୍ଟ କରିଥାଏ। ପରିଣାମ ସ୍ୱରୂପ ଭଲ ନିଦ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More