Only for Entertainment

ଝିଅଙ୍କୁ ଇମ୍ପ୍ରେଶ କରିବା ପାଇଁ ସଂଜୟ କରୁଥିଲେ ଏଭଳି କାମ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

timesofindia.indiatimes.com
2,153

ସଂଜୟ ଦତ୍ତ ତାଙ୍କ ଅଭିନୟ ଏବଂ କିଲିଙ୍ଗ ଲୁକ ପାଇଁ ଖୁବ ଜଣାଶୁଣା । ସଂଜୟ ତାଙ୍କ ଜୀବନରେ ଭିନ୍ନ ଭିନ୍ନ ପରିସ୍ଥିତିର ସାମ୍ନା କରିଛନ୍ତି । ତାଙ୍କ ଜୀବନ ଉପରେ ଫିଲ୍ମ ସଂଜୁ ମଧ୍ୟ ନିର୍ମାଣ ହୋଇ ସାରିଛି । ଆଜି ଆସନ୍ତୁ ଜାଣିବା ତାଙ୍କ ଜୀବନର ଆଉ ଏକ ଖାସ କଥା ବିଷୟରେ ।

ସଂଜୟ ଦତ୍ତଙ୍କ ମା ନରଗିସ କର୍କଟ ରୋଗରେ ପିଡ଼ିତ ହେବା ପରଠାରୁ ସଂଜୟଙ୍କ ବାପା ସୁନିଲ ଦତ୍ତଙ୍କ ସଂପୂର୍ଣ୍ଣ ଧ୍ୟାନ ପତ୍ନୀ ନରଗିସଙ୍କ ଆଡ଼କୁ ଚାଲିଗଲା । ୧୯୮୧ରେ ମା ନରଗିସଙ୍କ ମୃତ୍ୟୁ ପରେ ସଂଜୟ ସଂପୂର୍ଣ୍ଣ ଭାବରେ ଭାଙ୍ଗିଗଲେ । ଯାହା ପରଠାରୁ ସେ ଡ୍ରଗ୍ସ ନେବା ଆରମ୍ଭ କରିଦେଲେ । ଯେତେବେଳେ ସୁନିଲ ଏହି କଥା ଜାଣିଲେ ସେ ସଂଜୟଙ୍କୁ ପଢିବା ପାଇଁ ଲଣ୍ଡନ ପଠାଇଦେଲେ । ସେଠାରେ ତାଙ୍କର କମଲି ନାମରେ ଜଣେ ମହିଳାଙ୍କ ସହିତ ସାକ୍ଷାତ ହୋଇଥିଲା, ସେ ଥିଲେ ଗୁଜୁରାଟର । ସେ ହିଁ ସଂଜୟଙ୍କ ଡ୍ରଗ୍ସ ନିଶା ଛଡ଼ାଇଥିଲେ । ଅବଶ୍ୟ କୌଣସି କାରଣରୁ ଦୁଇଜଣଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା, କିନ୍ତୁ ପରେ ଏହା ଠିକ ହୋଇଗଲା ଏବଂ ଏବେ ମଧ୍ୟ ଦୁଇଜଣ ଭଲ ବନ୍ଧୁ ।

ସଂଜୟଙ୍କ ୩୦୮ ଗର୍ଲଫ୍ରେଣ୍ଡ ଥିଲେ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସଂଜୟ ଯେତେବେଳେ କୌଣସି ଝିଅକୁ ଡେଟ କରିବାକୁ ଯାଉଥିଲେ ତାକୁ ପ୍ରଥମେ କବ୍ର ସ୍ଥାନକୁ ନେଇ ଯାଉଥିଲେ । ସେଠାରେ କୌଣସି କବ୍ରକୁ ନିଜ ମା’ଙ୍କ କବ୍ର କହି ସେମାନଙ୍କୁ ଇମୋଶନାଲ କରି ଦେଉଥିଲେ । ଏପରିକି ସଂଜୟ ଏହି ଟ୍ରିକ ମାଧୁରୀଙ୍କ ପାଇଁ ମଧ୍ୟ ଆପଣାଇଥିଲେ । କିନ୍ତୁ ତାଙ୍କ ଡ୍ରଗ୍ସ ନିଶା ଯୋଗୁଁ ଏହି ସଂପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିନଥିଲା ।

ସୁନିଲ ଦତ୍ତଙ୍କ ମୃତ୍ୟୁ ପରେ ସଂଜୟଙ୍କ ଜୀବନରେ ମାନ୍ୟତା ଆସିଲେ । ସେ ତାଙ୍କୁ ଖୁବ ସମ୍ଭାଳିଲେ ଏବଂ ଆଜି ମଧ୍ୟ ଦୁଇଜଣ ସୁଖର ସଂସାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More