Only for Entertainment

ଘର ଗେଟରେ ‘ଗଡ଼ଜିଲା’ ଝିଟିପିଟିର ଫଟୋ ଦେଖିଲେ ଆପଣଙ୍କ ହୋଶ ଉଡ଼ିଯିବ ।

78

ସାଧାରଣତଃ ଆପଣମାନେ ୪ କିମ୍ବା ୫ ଇଂଚର ଝିଟିପିଟି ଦେଖିଥିବେ । କିନ୍ତୁ ଯଦି କୁମ୍ଭୀର ଭଳି ବିରାଟକାୟ ଛିଟିପିଟି ଦେଖିବେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଏହିଭଳି ଏକ ଘଟଣା ମାଲେସିଆରେ ଦେଖିବାକୁ ମିଳିଛି । ମାଲେସିଆର ଏଭଳି ଏକ ଝିଟିପିଟିର ଫଟୋ ଭାଇରାଲ ହେଉଛି ଯାହା ଦେଖିବାକୁ ଝିଟିପିଟି ଭଳି ।

ଏହି ଝିଟିପିଟିକୁ ଗେଟରେ ଚଢୁଥିବାର ଜଣେ ବ୍ୟକ୍ତି ଦେଖିଲେ ଏବଂ ତାହାର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ ଯାହାପରେ ଏହା ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଏହି ବିଶାଳକାୟ ଝିଟିପିଟି ଏକ ଘରର ଗେଟରେ ଚଢି ଭିତରକୁ ଯାଉଥିବାର ନଜର ଆସିଛି । ଏହି ବିଶାଳକାୟ ଝିଟିପିଟିକୁ ମନିଟର ଲିଜାର୍ଡ଼ କୁହାଯାଉଛି । ଆଉ କେହି କେହି ଏହାର ଆକାର ପାଇଁ ଗଡ଼ଜିଲା ବୋଲି କହିଛନ୍ତି ।

 


ଫଟୋ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ଲଙ୍ଗ ଚେଙ୍ର୍ଗ । ଲଙ୍ଗଙ୍କ ଘରର ଗେଟରେ ଏହି ଝିଟିପିଟି ଚଢୁଥିଲା, ଯାହାପରେ ସେ ଏହାର ଫଟୋ ଉଠାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More