Only for Entertainment

International kissing day : ୨୦୧୯ରେ ସବୁଠାରୁ ଅଧିକ ପପୁଲାର ହେଲା ବଲିଉଡର ଏହି ଅନସ୍କ୍ରିନ କପଲଙ୍କ ହଟ କିସିଂ ସିନ !

84

ପ୍ରତିବର୍ଷ ୬ଜୁଲାଇର ଏହି ଦିନରେ ଅନ୍ତରାଷ୍ଟ୍ରୀୟ କିସିଂ ଡେ’ ରୂପରେ ସେଲିବ୍ରେଟ କରାଯାଏ । ସମସ୍ତ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଏବଂ ରୋମାନ୍ସର ମୁଖ୍ୟ ଭୂମିକା ରହିଛି ଏବଂ ଦୁଇ ଲୋକଙ୍କ ମଧ୍ୟରେ ଥିବା ବନ୍ଧନକୁ ଆଜିର ଦିନରେ ସେଲିବ୍ରେଟ କରାଯାଏ । ବଲିଉଡରେ ପ୍ରେମ ଏବଂ ରୋମାନ୍ସକୁ ନେଇ ଅନେକ ଫିଲ୍ମ ରହିଛି ଯାହା ଦର୍ଶକଙ୍କୁ ଖୁବ ପ୍ରଭାବିତ ମଧ୍ୟ କରିଛି । ଏଥିମଧ୍ୟରୁ କିସିଂ ସିନ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ସାଉଂଟିଛି । ଚଳିତ ବର୍ଷ ସାହିଦ କପୂର ଏବଂ କିଆରା ଆଡଭାଣୀ ନିଜ ଫିଲ୍ମ କବୀର ସିଂ’ରୁ ଫ୍ୟାନ୍ସଙ୍କ ମଧ୍ୟରେ ସବୁଠାରୁ ଅଧିକ ଲାଇମଲାଇଟରେ ରହିଛନ୍ତି ।

ଫିଲ୍ମ କବୀର ସିଂ ରେ ସାହିଦ କପୂର ଏଭଳି ପ୍ରେମୀ ଭୂମିକାରେ ନଜର ଆସିଛନ୍ତି ଯିଏ ନିଜ ଭଲ ପାଇବାକୁ ନେଇ ଖୁବ ସିରିଅସ ହୋଇଯାଇଥିଲେ ଏବଂ ଏହି ଭଲ ପାଇବା ପାଇଁ କିଛି କରିବାକୁ ପଛାଇ ନଥିଲେ । ଏହି ଫିଲ୍ମ ବକ୍ସଅଫିସରେ ବଡ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇପାରିଛି ।


ସୋସିଆଲ ମିଡିଆରୁ ନେଇ ସବୁସ୍ଥାନରେ ଫିଲ୍ମର ଯେତେ ଚର୍ଚ୍ଚା ଥିଲା, ସେତେ ଅନସ୍କ୍ରିନ କପଲଙ୍କ କିସିଂ ସିନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ରହିଥିଲା । ବକ୍ସଅଫିସରେ ଏବେ ମଧ୍ୟ ଏହି ଫିଲ୍ମ ଶାନଦାର ବ୍ୟବସାୟ କରିବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More