ଇରଫାନଙ୍କ ସହିତ ପ୍ରଥମ ଥର ଏହି ଦମଦାର ଚରିତ୍ରରେ ନଜର ଆସିବେ ବେବୋ, ବହୁ ଦିନ ପରେ ଦେଖିବାକୁ ମିଳିବ ଏଭଳି ଚରିତ୍ର ।
ବଲିଉଡ ଆକ୍ଟର ଇରଫାନ ଖାନଙ୍କ ଫିଲ୍ମ ହିନ୍ଦୀ ମିଡିୟମର ସିକ୍ୱଲ ନିର୍ମାଣ କରାଯାଉଛି । ଏହାକୁ ନେଇ କରୀନା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁବ ଖବର । କରୀନା କପୁର ଖୁବଶୀଘ୍ର ଇରଫାନ ଖାନଙ୍କ ସହିତ ଇଙ୍ଗଲିସ ମିଡିୟମରେ ନଜର ଆସିବେ । ଖବର ଅନୁସାରେ କରୀନା ଏହି ଫିଲ୍ମରେ ପୋଲିସ ଅଫିସର ଚରିତ୍ରରେ ନଜର ଆସିପାରନ୍ତି ।
କୁହାଯାଉଛି ଇରଫାନଙ୍କ ଅପୋଜିଟରେ ନଜର ଆସିବେ ବେବୋ । ଏଭଳି ଚରିତ୍ରକୁ ନେଇ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି କରୀନା । କହିରଖୁଛୁଯେ କର୍କଟ ରୋଗରୁ ସୁସ୍ଥ ହୋଇ ଫେରିବା ପରେ ଇରଫାନ ପ୍ରଥମ ଥର ଏହି ଫିଲ୍ମରେ ନଜର ଆସିବେ ।