Only for Entertainment

ପୁଅ କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମ ଟିଜର ଦେଖି ଭାବବିହ୍ୱଳ ହେଲେ ଅଭିନେତା ତଥା ରାଜନେତା ସନୀ ଦେଓଲ!

187

ଅଭିନେତା ତଥା ରାଜନେତା ସନୀ ଦେଓଲଙ୍କ କହିବା ମୁତାବକ ପୁଅ କରଣଙ୍କୁ ବଲିଉଡରେ ଡେବ୍ୟୁ କରୁଥିବା ପ୍ରସ୍ତୁତି ଦେଖି ଭାବୁକ ହୋଇପଡିଛନ୍ତି । ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ସନି ୧୯୮୩ରେ ‘ବେତାବ’ ଫିଲ୍ମରେ ଡେବ୍ୟୁ କରିଥିଲେ । ଏବେ ସନିଙ୍କ ପୁଅ ‘ପଲ ପଲ ଦିଲ କେ ପାସ’ ଫିଲ୍ମରୁ ଡେବ୍ୟୁ କରିବାକୁ ଯାଉଛନ୍ତି ।

ସନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ପଲ ପଲ ଦିଲ କେ ପାସ’ର ଟିଜର ସୋମବାର ଜାରି କରାଯାଇଥିଲା । ଏହାପରେ ସନୀ କହିଛନ୍ତି ପୁଅକୁ ବଡ ପରଦାରେ ଡେବ୍ୟୁ କରୁଥିବା ଦେଖିବା ଭାବୁକ ଭରା ମୂହୁର୍ତ୍ତ ଅଟେ । ଏହାସହ ସେ ଆଶା ବାନ୍ଧିଛନ୍ତି ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ କରିବେ । କରଣଙ୍କ ସହ ସହର ବାମ୍ବା ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ୨୦ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More