Only for Entertainment

ଡବ୍ଲ୍ୟୁଡବ୍ଲ୍ୟୁଇ’ରୁ ସନ୍ୟାସ ନେଲେ ‘ଦ ରକ’ତଥା ଡ୍ୱେନ ଜନସନ !

76

‘ଦ ରକ’ ନାଁ ରେ ପ୍ରସିଦ୍ଧ ଡ୍ୱେନ ଜନସନ ଅଧିକାରୀକ ଜରିଆରେ ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ରେସଲିଂ ରୁ ହଲିଉଡରେ ପହଂଚିଥିବା ଜନସନ ଡବ୍ଲ୍ୟୁଡବ୍ଲ୍ୟୁଇରୁ ଚୁପଚାପ ସନ୍ୟାସ ନେଇଛନ୍ତି କିନ୍ତୁ ସେ ଭବିଷ୍ୟରେ ଫେରିବା ସମ୍ଭାବନାକୁ ଅସ୍ୱୀକାର କରିନାହାନ୍ତି ।

ପ୍ରଥମଥର କୌଣସି ପେଶାଦାର ରେସଲର ଏହି ଖେଳରୁ ଅଧିକାରୀକ ଜରିଆରେ ସନ୍ୟାସ ନେବା ଘୋଷଣା କରିଛନ୍ତି ।
ଜନସନଙ୍କର ୨୦୧୬ରେ ହୋଇଥିବା ରେସଲିଂମେନିୟା ୩୨ ଶେଷ ମ୍ୟାଚ ଥିଲା, ଯେଉଁଥିରେ ସେ ୱାଟ ବ୍ରଦର୍ସଙ୍କ ଏରିକା ରୋବାନଙ୍କୁ ହରାଇଥିଲେ । ଜନସନ ହଲିଉଡର ନୂଆ ଫିଲ୍ମ ‘ଫାଷ୍ଟ ଆଣ୍ଡ ଫ୍ୟୁରିଅସ ପ୍ରେଜେଂଟ୍ସ: ହବ୍ସ ଆଣ୍ଡ ଶ’ରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More