Only for Entertainment

୭୩ତମ ସ୍ୱାଧୀନତା ଦିବସ ଅବସରରେ ଆଇଟିବିପି(ITBP) ସେନା ଗାଇଲେ ‘ବର୍ଡର’ ଫିଲ୍ମର ଗୀତ, ଦେଖନ୍ତୁ ହୃଦୟସ୍ପର୍ଶ ଭିଡିଓ !

113

ସ୍ୱାଧୀନତା ଦିବସ ଅବସରରେ Indo-Tibetan Border Police (ଆଇଟିବିପି)ର ଯବାନ ଏକ ଭାବପୂର୍ଣ୍ଣ ଦେଶଭକ୍ତି ଗୀତ ଗାଇଛନ୍ତି। ଏହି ଗୀତଟି  ୧୯୯୭ରେ ପରଦାକୁ ଆସିଥିବା ‘ବର୍ଡର’ ସିନେମାର ।  ଲଭଲି  ସିଂହ ନାମକ ଯବାନ ଏହି ଗୀତ ଗାଇ ନିଜର ସାଥୀ ସେନାଙ୍କୁ  ଉତ୍ସର୍ଗ କରିଛନ୍ତି। ଯବାନମାନଙ୍କ ଏହି ଭାବପୂର୍ଣ୍ଣ ପ୍ରସ୍ତୁତିକୁ ଅନେକ ପସନ୍ଦ କରାଯାଉଛି। ଏହି ଭିଡିଓକୁ ଟୁଇଟରରେ ଆଇଟିବିପି ସେୟାର କରିଛି।

ଏହି ଭିଡିଓରେ ଲଭଲି ସିଂହଙ୍କ ବ୍ୟତୀତ (ଆଇଟିବିପି)ର  ଅନେକ ଯବାନ  ବି ନଜର ଆସୁଛନ୍ତି। ଏହି ଭିଡିଓ ଜରିଆରେ କୁହାଯାଉଛି କି କିଭଳି ପରିସ୍ଥିତିରେ ସେନା ସୀମାରେ ଦେଶର ରକ୍ଷା କରି ଥାଆନ୍ତି।

ଏହି ଭିଡିଓକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ବି ସେୟାର କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ‘@ITBP_official ଯବାନ ଲଭଲି ସିଂହ ଗାଇ ଥିବା ଏହି ବେଶ୍ ହୃଦୟସ୍ପର୍ଶୀ।

ଗତମାସରେ Indo-Tibetan Border Policeର ଯବାନ  ଅମରନାଥ ଯାତ୍ରୀଙ୍କୁ  ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ବିପଦପୂର୍ଣ୍ଣ ସ୍ଥାନମାନଙ୍କରେ ସେନା ସର୍ବଦା ତୀର୍ଥଯାତ୍ରୀଙ୍କ ରକ୍ଷା କରିଥାଆନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More