Only for Entertainment

ସିନେମାଘର ପର୍ଯ୍ୟନ୍ତ ପହଂଚିଲା ଜୈନ ସନ୍ଥଙ୍କ ଡକ୍ୟୁମେଂଟ୍ରୀ, ୨୦୦ଘଂଟାର ସୁଟିଂ ପରେ ପ୍ରସ୍ତୁତ ହେଲା ଫିଲ୍ମ !

22

ପ୍ରସିଦ୍ଧ ଜୈନ ସନ୍ଥ ଆଚାର୍ଯ୍ୟ ବିଦ୍ୟାସାଗର ନିଜ ଶାସ୍ତ୍ରୀୟ ତଥା ସାହିତ୍ୟିକ କ୍ଷମତା ଏବଂ ଉପଲବ୍ଧି ବ୍ୟତୀତ ନିଜ ତପ ପାଇଁ ଦୁନିଆସାରା ପ୍ରସିଦ୍ଧ ଅଟନ୍ତି । ତାଙ୍କର ଆଚାର୍ଯ୍ୟ ପଦ ପାଇବା ପାଇଁ ସଂଘର୍ଷ, କଠିନ ତପ, ଆତ୍ମ ସନ୍ତୋଷ ଜୀବନ ଏବଂ ଜୈନ ଧର୍ମ ନୀତି-ନିୟମକୁ ବୁଝିବା ପାଇଁ ନିର୍ଦ୍ଦେଶକ ବିଧି ବିଦ୍ୟୋଦୟ ନାମକ ଡକ୍ୟୁମେଂଟ୍ରୀ ବନାଇଛନ୍ତି ।

ଅନେକ ମାସ ପର୍ଯ୍ୟନ୍ତ ଦିଗମ୍ବରଙ୍କ କଠିନ ଯାତ୍ରା ଏବଂ ରହିବା ଶୈଳୀକୁ କ୍ୟାମେରାରେ କ୍ୟାପଚର କରିବା ବ୍ୟତୀତ ଏହି ଫିଲ୍ମରେ ଦେଶର ସମସ୍ତ ଭାଗର ଝଲକ ଦେଖିବାକୁ ମିଳିବ । ଏହି ଫିଲ୍ମ ୩ବର୍ଷର ପରିଶ୍ରମର ଫଳ ଅଟେ । ୩ଘଂଟାର ଏହି ଫିଲ୍ମ ପାଇଁ ବିଧିଙ୍କୁ ପାଖାପାଖି ୨୦୦ଘଂଟା ସୁଟିଂ କରିବାକୁ ପଡିଥିଲା । ଏହି ଫିଲ୍ମ ପୂରା ଦେଶ ବ୍ୟତୀତ ବିଦେଶରେ ମଧ୍ୟ ଅନେକ ସିନେମା ଘରେ ଶୁକ୍ରବାର ଅର୍ଥାତ ୨୩ନଭେମ୍ବରରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More