Only for Entertainment

ରଣବିର କପୁରଙ୍କ ବିଗ ବଜେଟ ଫିଲ୍ମରେ ଦୀପିକା ପାଦୁକୋଣଙ୍କୁ ରିପ୍ଲେସ୍ କଲେ ଜାହ୍ନବୀ କପୁର

LatestLY
45

ଲଭ୍ ରଂଜନଙ୍କ ଆଗାମୀ ଫିଲ୍ମରେ ରଣବୀର୍ କପୁର୍ ଓ ଦୀପିକା ପାଦୁକୋଣଙ୍କୁ ଏକାଠି ଦେଖିବାକୁ ମିଳିବ ବୋଲି ଖୁବ ଚର୍ଚ୍ଚା ହେଉଥିଲା । ଫିଲ୍ମ ତମାସା ପରେ ଦୀପିକା ଓ ରଣବିର୍ ଏହି ସିନେମାରେ ନିଜ କେମେଷ୍ଟ୍ରୀ ପୁଣିଥରେ ଦେଖାଇଥାନ୍ତେ । ହେଲେ ଏବେ ଖବର ଶୁଣିବାକୁ ମିଳୁଛି ଏହି ଫିଲ୍ମରେ ଦୀପିକାଙ୍କୁ ରିପ୍ଲେସ୍ କରିଛନ୍ତି ଧଡକ ଫେମ୍ ଜାହ୍ନବୀ କପୁର । ନିର୍ଦ୍ଦେଶକ ଲଭ ରଂଜନଙ୍କ କ୍ୟାମ୍ପରୁ ଏମିତି ଏକ ଖବର ଏବେ ଶୁଣିବାକୁ ମିଳୁଛି । ଦୀପିକା ପାଦୁକୋଣଙ୍କୁ ରିପ୍ଲେସ୍ କରି ନେଇଛନ୍ତି ଜାହ୍ନବୀ । ଶୁଣିବାକୁ ମିଳୁଛି ଦୀପିକାଙ୍କ ଡେଟ୍ ଇସୁ ରହିବାରୁ ଏହି ପ୍ରୋଜେକ୍ଟରୁ ତାଙ୍କୁ ହାତ ଧୋଇବାକୁ ପଡିଛି ।

ରିପୋର୍ଟ ଅନୁସାରେ ଜହ୍ନବୀ ଲଭ ରଂଜନଙ୍କ ସ୍କ୍ରିପ୍ଟ ପଢିବା ପରେ ତାଲଙ୍କୁ କାହଣୀ ଖୁବ ପସନ୍ଦ ଆସିଛି । କେବଳ ଏତିକି ନୁହେଁ ଫିଲ୍ମ ପାଇଁ ଜାହ୍ନବୀ ଲୁକ ଟେଷ୍ଟ ମଧ୍ୟ ଦେଇ ସାରିଛନ୍ତି । ତେଣୁ କୁହାଯାଇପାରେ ଯେ, ଫିଲ୍ମ ପାଇଁ ମେକର୍ସ ଜାହ୍ନବୀ କପୁରଙ୍କୁ ଫାଇନାଲ କରିପାରନ୍ତି । ଏହା ସହ ଖୁବ ଶୀଘ୍ର ଫିଲ୍ମର ଘୋଷଣା କରିପାରନ୍ତି ।

ଯଦି ଫିଲ୍ମରେ ଜାହ୍ନବୀ ନଜର ଆସିବେ ତେବେ ପରଦାରେ ପ୍ରଥମ ଥର ପାଇଁ ରଣବିର କପୁର ଓ ଜହ୍ନବୀ କପୁରଙ୍କ ଯୋଡି ଦେଖିବାକୁ ମିଳିବ । ଫିଲ୍ମରେ ଅଜୟ ଦେବପଗନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More