Only for Entertainment

ପିଜ୍ଜା ଅର୍ଡର କରିବାକୁ ପହଂଚିଲେ ଜାହ୍ନବୀ, ପଛରୁ ଆସି ମଜାକ ଉଡାଇଲେ ଈଶାନ ।

livehindustan
0 77

ଜାହ୍ନବୀ କପୁର ଏବଂ ଈଶାନ ଖଟ୍ଟର ଦୁହେଁ ନିଜ ଅପକମିଂ ଫିଲ୍ମ ଧଡକ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଯେଉଁ କାରଣରୁ ଦୁହେଁ ଭିନ୍ନ ଭିନ୍ନ ସହରକୁ ଯାତ୍ର୍ରା କରୁଛନ୍ତି । ଏହିଭଳି ଏକ ଯାତ୍ରା ସମୟରେ ଫ୍ଲାଇଟ ବିଳମ୍ବ ଥିଲା । ଏହି କାରଣରୁ ଜାହ୍ନବୀ ଏୟାରପୋର୍ଟରେ ଥିବା ଏକ କାଫେରେ ଯାଇ ପିଜା ଅର୍ଡର କରୁଛନ୍ତି । ତାଙ୍କ ପଛେ ପଛେ କୋ-ଷ୍ଟାର ଈଶାନ ମଧ୍ୟ ପହଂଚି ଯାଇ ତାଙ୍କୁ ଚିଡାଇଛନ୍ତି । ଏହି ସମସ୍ତଙ୍କ ମୂହୁର୍ତ୍ତ ର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଧର୍ମା ପ୍ରଡକ୍ସନ ନିଜର ଅଫିସିଅଲ ଇନଷ୍ଟାଗ୍ରାମ ଅକାଉଂଟରେ ଶେୟାର କରିଛି । ଏହା ସହ କ୍ୟାପସନ ମଧ୍ୟ ଲେଖିଛନ୍ତି ଯେ, ପ୍ରମୋଶନ ହେକ୍ଟିକ ସିଡ୍ୟୁଲ ଏବଂ ଫ୍ଲାଇଟ ବିଳମ୍ବ ହେଲେ କଣ ହୁଏ ।

ଏହି ଭିଡିଓ ଜାହ୍ନବୀ ମଧ୍ୟ ସାଧାରଣ ଝିଅ ଭଳି ପିଜ୍ଜା ଅର୍ଡର କରୁଛନ୍ତି । ତାଙ୍କୁ ଦେଖି ଈଶାନଙ୍କୁ ହସ ଲାଗିଛି ଏବଂ ସେ ଲଗାତାର ଜାହ୍ନବୀଙ୍କର ମଜାକ ଉଡାଇଥିବାର ନଜର ଆସିଛନ୍ତି । ଏହି କ୍ୟୁଟ ଭିଡିଓ ଲୋକମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More