Only for Entertainment

ଜମିବ ଇମରାନ ହାସମୀ-ଜନଙ୍କ ଯୋଡ଼ି ।

23

ବଲିଉଡ ଆକ୍ଟର ଜନ ଆବ୍ରାହିମଙ୍କ ପୂର୍ବ ଫିଲ୍ମ ବକ୍ସ ଅଫିସରେ ଯଥେଷ୍ଟ ରୋଜଗାର କରିଛି । ଗତ ବର୍ଷ ଜନ ଷ୍ଟୋରୀ ଲାଇନ ଏବଂ ରୋଲ୍ସକୁ ନେଇ ଏକ୍ସପେରିମେଂଟ କରିଛନ୍ତି । ଆକ୍ସନ ହେଉ ବା କମେଡ଼ି ଫିଲ୍ମ ପ୍ରତ୍ୟେକରେ ଜନ ନିଜକୁ ଫିଟ କରି ଦିଅନ୍ତି । ଏବେ ସଂଜୟ ଗୁପ୍ତାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମରେ ନଜର ଆସିବେ ଜନ ।

ଏହି ଗ୍ୟାଙ୍ଗଷ୍ଟର ଡ୍ରାମାରେ ଜନଙ୍କ ସହିତ ଇମ୍ରାନ ହାସମୀ ନଜର ଆସିବେ । ଏହା ପୂର୍ବରୁ ସଂଜୟ ଗୁପ୍ତାଙ୍କ ସହିତ ଜନ କାମ କରି ସାରିଛନ୍ତି । ଏହା ଜନଙ୍କ ସହିତ ତାଙ୍କର ତୃତୀୟ ଫିଲ୍ମ । ତେବେ ଜନଙ୍କ ସହିତ ପୁଣିଥରେ କାମ କରିବା ପାଇଁ ଉତ୍ସାହିତ ଥିବା କଥା କହିଛନ୍ତି ସଂଜୟ ଗୁପ୍ତା ।

ଏପର୍ଯ୍ୟନ୍ତ ଫିଲ୍ମର ଟାଇଟଲ ଘୋଷଣା ହୋଇନାହିଁ । କହିରଖୁଛୁଯେ ସତ୍ୟମେବ ଜୟତେରେ ଜନ ଆକ୍ସନ ଲୁକରେ ନଜର ଆସିଥିଲେ ।ଏହା ସହିତ ଜନ ଏବଂ ଇମ୍ରାନଙ୍କୁ ଗୋଟିଏ ପରଦାରେ ଦେଖିବା ନିହାତି ଭାବରେ ଦର୍ଶକ୍କ ପାଇଁ ଏକ ଖୁସି ଖବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More