Only for Entertainment

ପୁଣି ଫେରିବେ ଜ୍ୟାକି-ଅନିଲ ।

YouTube
23

ଜ୍ୟାକି ସ୍ରଫ ଏବଂ ଅନିଲଙ୍କୁ ତ ଏବେ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳୁଛି । ଏବେ ଜ୍ୟାକି ସ୍ରଫଙ୍କ ଅଭିନୀତ ଫିଲ୍ମ ଭାରତ ରିଲିଜ ହୋଇଛି । ତେବେ ଯଦି ଜ୍ୟାକି ଏବଂ ଅନିଲଙ୍କୁ ଏକା ସାଙ୍ଗରେ ଦେଖିବାର ସୁଯୋଗ ମିଳିବ ତେବେ ଦର୍ଶକଙ୍କ ପାଇଁ ଏହା କୌଣସି ଉପହାର ଠାରୁ କମ ହେବ ନାହିଁ ।ବଲିଉଡର ସୋ’ମ୍ୟାନ୍‌ ସୁଭାଷ ଘାଇ ଏବେ ଏକ ନୂଆ ସିନେମା ନିର୍ମାଣ କରୁଥିବାର ଖବର ମିଳିଛି। କାଳୀଚରଣ,ବିଶ୍ୱନାଥ,ମେରି ଜଙ୍ଗ୍‌, କର୍ମା, ହିରୋ, ରାମଲଖନ୍‌ ,ବିଧାତା, ସୌଦାଗର,ଖଲନାୟକ,ପରଦେଶ ଓ ତାଲ୍‌ ଭଳି ସୁପରହିଟ୍‌ ସିନେମାର ନିର୍ମାତା-ନିର୍ଦ୍ଦେଶକ ସୁଭାଷଙ୍କ ଶେଷ କେତୋଟି ଫିଲ୍ମ କିନ୍ତୁ ଫ୍ଲପ୍‌ ହୋଇଥିଲା। ଏଥି ମଧ୍ୟରେ ରହିଛି ୟାଦୋଁ, କିଶ୍‌ନା ଯୁବରାଜ ଓ କାଞ୍ଚି ଆଦି ସିନେମା।

ତେବେ ସେ ଯାହା ହେଉନା କାହିଁକି ଏବେ ସୁଭାଷ ଘାଇ କିଛି ବର୍ଷର ବ୍ୟବଧାନରେ ‘ରାମଚନ୍ଦ କିଶନ୍‌ଚନ୍ଦ’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ସବୁଠୁଁ ବଡ଼ କଥା ହେଲା ଯେ ଏହି ସେ ତାଙ୍କର ଦୁଇ ଲକି ମାସ୍କଟଙ୍କୁ ହିରୋ ଭାବେ ନେଇଛନ୍ତି। ଏ ଦୁହେଁ ହେଲେ ଅନୀଲ କପୁର ଓ ଜ୍ୟାକିଶ୍ରଫ୍‌।ଏଥିରେ ଅନୀଲ ଓ ଜ୍ୟାକିଙ୍କୁ ୫୦ ବର୍ଷ ବୟସ୍କ ଦୁଇ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ‘ରାମଚନ୍ଦ କିଶନଚନ୍ଦ’ ଏକ କ୍ରାଇମ୍‌-କମେଡି ଫିଲ୍ମ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More