Only for Entertainment

ଅଭିନେତା ଜନ ଅବ୍ରାହାମଙ୍କ ଫିଲ୍ମ ବାଟଲା ହାଉସର ଦମଦାର ଟ୍ରେଲର ରିଲିଜ !

38

ବଲିଉଡ ଅଭିନେତା ଜନ ଅବ୍ରାହାମ ଫିଲ୍ମ ବାଟଲା ହାଉସ ସହ ବଡ ପରଦାରେ ନଜର ଆସିବେ । ଏହା ପୂର୍ବରୁ ମଧ୍ୟ ଦେଶଭକ୍ତି ଭଳି ଫିଲ୍ମରେ ଜନଙ୍କୁ ଦର୍ଶକ ଖୁବ ପସନ୍ଦ କରନ୍ତି । ନିକଟରେ ‘ବାଟଲା ହାଉସ’ର ଟିଜର ଏବଂ ପୋଷ୍ଟର ରିଲିଜ ହୋଇଥିଲା । ଫ୍ୟାନ୍ସ ସେହି ପୋଷ୍ଟରକୁ ଖୁବ ପସନ୍ଦ କରିଥିଲେ । ପୁଣି ଥରେ ଜନ ନିଜ ସୋସିଆଲ ମିଡିଆରେ ଅକାଉଂଟରେ ଫିଲ୍ମର ନୂଆ ପୋଷ୍ଟର ଶେୟାର କରିଥିଲେ । ତେବେ ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି ।

ଏହିଫିଲ୍ମ ଦିଲ୍ଲୀରେ ୧୩ଡିସେମ୍ବର ୨୦୦୮ରେ ଜମିଆ ନଗରରେ ବାଟଲା ହାଉସରେ ହୋଇଥିବା ଆତଙ୍କବାଦୀଙ୍କ ସହ ହୋଇଥିବା କଥିତ ବିବାଦ ଉପରେ ଆଧାରିତ । ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଏହି ଶାନଦାର ଟ୍ରେଲରରେ ଜନ ଅବ୍ରାହାମ ଡିସିପି ସଂଜୀବ କୁମାର ଯାଦବ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ନିଖିଲ ଆଡଭାଣୀଙ୍କ ଏହି ଫିଲ୍ମ ଅଗଷ୍ଟ ୧୦ରେ ରିଲିଜ ହେବ । ଫିଲ୍ମରେ ମୃଣାଳ ଠାକୁର, ରବି କିଶନ , ମନିଷ ଚୌଧୁରୀ ଏବଂ ପ୍ରକାଶ ରାଜଙ୍କ ଭଳି କଳାକାର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More