Only for Entertainment

ବିଟିଏସ’ର ଭିଡ଼ିଓ ଶେୟାର କଲେ ଜନ ଆବ୍ରାହିମ

41

ବଲିଉଡ ଆକ୍ଟର ଜନ ଆବ୍ରାହିମ ଏବେ ତାଙ୍କ ଅପକମିଂ ଫିଲ୍ମ ‘ବାଟଲା ହାଉସ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ଦିନ ହେବ ସେ ଦେଶାତ୍ମବୋଧ ଉପରେ ପର୍ଯ୍ୟବେଷିତ ଫିଲ୍ମକୁ ନେଇ କାମ କରୁଛନ୍ତି । ତାଙ୍କର ଏହିଭଳି ଫିଲ୍ମ ସୁପରହିଟ ମଧ୍ୟ ହେଉଛି । ଫିଲ୍ମ ୧୫ ଅଗଷ୍ଟକୁ ସିନେମାଘରେ ରିଲିଜ ହେବ । ତେବେ ଫିଲ୍ମ ରିଲିଜ ହେବାପାଇଁ ଏବେ ଅଧିକ ଦିନ ବଂଚି ନାହିଁ । ଏହି ମଧ୍ୟରେ ଜନ ଇଂଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଫିଲ୍ମ ସୁଟିଂ ସମୟର ଅନୁଭବ ବିଷୟରେ କହିଛନ୍ତି ।

 

ଫିଲ୍ମର କାହାଣୀ ଖୁବ ସମ୍ବେଦନଶୀଳ ଥିବା କହିଛନ୍ତି ଆକ୍ଟର । ଫିଲ୍ମରେ ଉଭୟ ଆକ୍ସନ ଏବଂ ଇମୋଶନ ନଜର ଆସିବ । ଫିଲ୍ମରେ ଖତରନାକ ଷ୍ଟଂଟ ମଧ୍ୟ ନଜର ଆସିବ ।

କହିରଖୁଛୁ ଫିଲ୍ମର ଟ୍ରେଲର ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମରେ ଜନ ଆବ୍ରାହିମଙ୍କ ବ୍ୟତୀତ ରବି କିଷାନ ଏବଂ ମୃଣାଳ ଠାକୁର ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More