Only for Entertainment

#MeToo: ପ୍ରସିଦ୍ଧ କଣ୍ଠଶିଳ୍ପୀ କୈଳାସ ଖେରଙ୍କ ଉପରେ ସାମ୍ବାଦିକ ଲଗାଇଲେ ଯୌନ ଶୋଷଣର ସଙ୍ଗୀନ ଅଭିଯୋଗ !

Navbharat Times
47

ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଆରୋପ ଲଗାଇଲା ପରେ ଏବେ ବଲିଉଡରେ ‘’କ୍ୟାମ୍ପେନ ଆରମ୍ଭ ହୋଇଯାଇଛି । ଗୋଟେ ପରେ ଗୋଟେ ଘଟଣା ଉପରୁ ଏବେ ପରଦା ଉଠୁଛି । ବିକାଶ ବହଲଙ୍କ ପରେ ଏବେ ଖବର ଆସିଛି ଯେ କୈଳାସ ଖେରଙ୍କ ସମ୍ପର୍କରେ ।

କୈଳାସ ଖେର ଏବଂ ଜୁଲଫି ସୟଦଙ୍କ ଖିଲାଫରେ ଜଣେ ଫଟୋଜର୍ନାଲିଷ୍ଟ ନତାଶା ହେମରଜାନୀ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ତାଙ୍କର ଏହି #MeToo କ୍ୟାମ୍ପେନ କୈଳାସ ଖେର ଏବଂ ମଡେଲ ଜୁଲ୍ଫି ସୟଦଙ୍କ ଖିଲାଫରେ । ସେ ୨୦୦୬ମସିହାରେ ମୁମ୍ବାଇ, ହିନ୍ଦୁସ୍ତାନ ଟାଇମ୍ସରେ ଫଟୋ ଜର୍ନାଲିଷ୍ଟ ରୂପେ ଜଏନ କରିଥିଲେ ।

ନତାଶା ଆଗକୁ ଲେଖିଛନ୍ତି ଯେ ସେ ତାଙ୍କ ମହିଳା ସହକର୍ମୀଙ୍କ ସହ କୈଳାସ ଖେରଙ୍କ ଘରକୁ ଇଂଟରଭ୍ୟୁ ନେବା ପାଇଁ ଯାଇଥିଲେ । ଇଂଟରଭ୍ୟୁ ସମୟରେ କୈଳାସ ଆସି ତାଙ୍କ ପାଖରେ ବସି ପଡିଥିଲେ । ସେ ବାରମ୍ବାର ଜଂଘ ଉପରେ ହାତ ରଖିବା ଲାଗି ପ୍ର୍ରୟାସ କରୁଥିଲେ । ସେ ଏହି କଥାକୁ ଆଗକୁ ନେବା ପାଇଁ ସହକର୍ମୀଙ୍କୁ କହିଥିଲେ ମାତ୍ର ସେ ଏସମ୍ପର୍କରେ ମନା କରିଦେଇଥିଲେ । ଏହି ଭଳି କିଛି ଘଟଣା ଘଟିଥିଲା ଜୁଲଫି ସୟଦଙ୍କ ସହ ଏକ ପାର୍ଟିରେ ଥିବା ବେଳେ । ଜୁଲଫି ନିଶା ଅବସ୍ଥାରେ ନତାଶାଙ୍କୁ ଜବରଦସ୍ତି କରିଥିଲେ । ମାତ୍ର ପରଦିନ ସେ ଭୂଲ ମାଗି ନେଇଥିଲେ ।

କେବଳ ନତାଶା ନୁହଁନ୍ତି ବରଂ ଜଣେ ବିଦେଶୀ ସାମ୍ବାଦିକା ମଧ୍ୟ ଆରୋପ ଲଗାଇଥିଲେ । ଏହି ସମ୍ପର୍କରେ ସେ ପତ୍ରକାର ଏବଂ ଲେଖକ ସନ୍ଧ୍ୟା ମେନନଙ୍କୁ ମେସେଜ ଦ୍ୱାରା ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More