Only for Entertainment

ରିଲିଜ ହେଲା କଳଙ୍କର ଟାଇଟଲ ଟ୍ରାକ ମେଁ ତେରା, ଦେଖିବାକୁ ମିଳିଲା ଜବରଦସ୍ତ କେମେଷ୍ଟ୍ରି !

30

ନିକଟରେ ରିଲିଜ ହୋଇଥିବା କରଣ ଜୋହରଙ୍କ ଫିଲ୍ମ ‘କଳଙ୍କ’ର ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଟ୍ରେଲର ଦେଖିବା ପରେ ‘କଳଙ୍କ’କୁ ନେଇ ଲୋକଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଗୀତ ‘ଫିଲ୍ମର ଆଉ ଏକ ଗୀତ ‘ମେଁ ତେରା’ ରିଲିଜ ହୋଇଛି । । ଗୀତରେ  ବରୁଣ ଧୱନ- ଆଲିଆ ଭଟ୍ଟଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

‘କଳଙ୍କ’ର ଏହି ଗୀତକୁ ପ୍ରିତମ କମ୍ପୋଜ କରିଛନ୍ତି । ଲିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ଏହି ଗୀତରେ ସ୍ୱର ଦେଇଛନ୍ତି ଅରିଜିତ ସିଂ ।

କହିରଖୁଛୁ ଯେ, କଳଙ୍କର କାହାଣୀ ହିନ୍ଦୁ ମୁସଲିମ ବିବାଦ ଉପରେ ଆଧାରିତ । କରଣ ଜୋହର ଏହି ଫିଲ୍ମକୁ ୮୦ କୋଟି ବଜେଟରେ ନିର୍ମାଣ କରିଛନ୍ତି । ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟଙ୍କ ବ୍ୟତିତ ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା, ମାଧୁରୀ ଦିକ୍ଷୀତ ଏବଂ ସଂଜୟ ଦତ୍ତଙ୍କ ପରି କଳାକାର ନଜର ଆସିବେ । ଅଭିଷେକ ବର୍ମନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ୧୭ ଏପ୍ରିଲର ପରଦାକୁ ଆସିବ ଫିଲ୍ମ ‘କଳଙ୍କ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More