ବିବାହ ପରେ କପିଲ ପତ୍ନୀଙ୍କ ସହ ପାଳିଲେ ପ୍ରଥମ ହୋଲି, ମସ୍ତି କରୁଥିବା ନଜର ଆସିଲେ ଯୋଡି !
ବଲିଉଡ ଏବଂ ଟିଭି ଷ୍ଟାର ହୋଲିର ଶୁଭକାମନା ଜଣାଇଛନ୍ତି । କମେଡିଆନ କପିଲ ଶର୍ମା ମଧ୍ୟ ହୋଲିରେ ଫଟୋ ଶେୟାର କରିଛନ୍ତି । ଖୁବ ମସ୍ତି ମୁଡରେ ନଜର ଆସିଥିବା ଦେଖିବାକୁ ମିଳିଛି ।
ଟିଭିର ଅନେକ କଳାକାର ସୁଟିଂ ଶେଷ କରିବା ପରେ ହୋଲି ଖେଳି ଥିଲେ । ସେହିଭଳି ଅନ୍ୟପଟେ ଗିନ୍ନି ମଧ୍ୟ କପିଲଙ୍କ କିଛି ଖାସ ବନ୍ଧୁଙ୍କ ସହ ହୋଲି ପାଳିଛନ୍ତି ।
ଏହି ଫଟୋରେ ଯୋଡିକୁ ଚିହ୍ନିବା ଖୁବ ମୁସ୍କିଲ ହୋଇଛି ।
ବିବାହ ପରେ କପିଲ ଏବଂ ଗିନ୍ନିଙ୍କ ପ୍ରଥମ ହୋଲି ଅଟେ । ଏହି ଫଟୋ ତାଙ୍କ ସହ ରୋଶେଲ ରାଓ ନିଜ ସ୍ୱାମୀ କିଥଙ୍କ ସହ ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ କପିଲ ଶର୍ମା ଗିନ୍ନି ଚତରଥଙ୍କ ସହ ୨୦୧୮ଡିସେମ୍ବର ବିବାହ କରିଥିଲେ ।