Only for Entertainment

କପିଲଙ୍କ ଶୋ’ରେ ଅର୍ଚ୍ଚନା ବଖାଣିଲେ ନିଜ ଦୁଃଖ, କହିଲେ ସିଦ୍ଧୁଙ୍କ ଭଳି କାମ କରୁଛି କିନ୍ତୁ ସେତେ ଟଙ୍କା ମିଳୁନାହିଁ

in
29

ପୁଲଓ୍ଵାମା ଆକ୍ରମଣକୁ ନେଇ ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କରିବା ଭଳି ବୟାନ ଦେଇ ‘ଦ କପିଲ ଶର୍ମା ସୋ’ରୁ ବାହାର ହୋଇ ଯାଇଥିଲା । ଏହା ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ଅଣା ଯାଇଥିଲା । ତାଙ୍କ ସ୍ଥାନ ନେଇଥିଲେ ମଧ୍ୟ ତାଙ୍କୁ ସିଦ୍ଧୁଙ୍କ ଭଳି ଟଙ୍କା ମିଳୁ ନଥିବା କହିଛନ୍ତିି ଅର୍ଚ୍ଚନ । କଥା କଥାରେ ସେ ନିଜର ମନ କଥା ସମସ୍ତଙ୍କୁ କହି ଦେଇଛନ୍ତି ।

archana puran

ସୂଚନା ମୁତାବକ, ଅଭିନେତା ଜନ୍‌ ଆବ୍ରାହିମ୍‌ ଏବଂ ମୌନୀ ରଏ ନିଜ ଫିଲ୍ମ ‘ରୋମିଓ ଅକ୍‌ବର ଓ୍ଵାଲଟର’ର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ଏହି ସମୟରେ କପିଲ ଶର୍ମା ମୌନିଙ୍କୁ ସୁପରପାଓ୍ଵାର ଦିଆଗଲେ ସେ କ’ଣ ହେବାକୁ ଚାହିଁବେ ବୋଲି ପଚାରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସେ ଜଣେ ହଲିଉଡ୍‌ କଳାକାରଙ୍କ ନାଁ କହିଥିଲେ । ଏହି ପ୍ରଶ୍ନ ଜନ୍‌ଙ୍କୁ ପଚରାଯିବା ପରେ ଜନ୍‌ ମୁଁ କପିଲ ଶର୍ମା ହେବାକୁ ଚାହିଁବି ବୋଲି କହିଥିଲେ ଜନ୍‌ । ପରେ ସମାନ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପଚରାଯିବା ପରେ ସେ ନବ୍‌ଜୋତ୍‌ ସିଂହ ସିଦ୍ଧୁ ହେବାକୁ ଚାହିଁବେ ବୋଲି କହିଥିଲେ । କାରଣ ଜଣାଇବାକୁ ଯାଇ, “ମୁଁ ସିଦ୍ଧୁଙ୍କ ଭଳି କାମ କରୁଛି । କିନ୍ତୁ ତାଙ୍କୁ ଦିଆଯାଉଥିବା ଟଙ୍କା ମୋତେ ମିଳୁ ନାହିଁ । ସିଦ୍ଧୁ ହୋଇଗଲେ ଅତିକମ୍‌ରେ ମୋତେ ଅଧିକ ଟଙ୍କା ତ ମିଳିବ” ବୋଲି କହିଥିଲେ ଅର୍ଚ୍ଚନା । ଥଟ୍ଟାରେ ହେଲେ ବି ସେ ନିଜ ମନର ଦୁଃଖ କଥା କହିଦେଲେ ବୋଲି ଲୋକେ ଏବେ କହିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More