Only for Entertainment

‘ଆଦତ’ରେ ଏକା ସାଙ୍ଗରେ ନଜର ଆସିବେ କରଣ ବିପାଶା ।

aajtak
0 30

ପ୍ରଫେସନାଲ ଲାଇଫ ବ୍ୟତୀତ ପର୍ସନାଲ ଲାଇଫ ବିଷୟରେ ଆଲୋଚନା କଲେ ଜଣାଯାଏଯେ କରଣ ଏବଂ ବିପାଶା ବାସ୍ତବ ଲାଇଫର ରୋମାଂଟିକ ଯୋଡ଼ିଙ୍କ ମଧ୍ୟରୁ ଜଣେ । ଖବର ଅନୁସାରେ ଏହି କପଲ ଖୁବଶୀଘ୍ର ଏକା ସାଙ୍ଗରେ ସ୍କ୍ରିନ ସେୟାର କରିବେ । ରିଅଲ ଲାଇଫର ଏହି ହଟ ଯୋଡ଼ି ରିଲ ଲାଇଫରେ ମଧ୍ୟ ଏକା ସାଙ୍ଗରେ ନିଜର ଜଲୱା ଦେଖାଇବେ । ବିକ୍ରମ ଭଟ୍ଟଙ୍କ ଲିଖିତ ଫିଲ୍ମ ‘ଆଦତ’ରେ ଦୁଇ ଜଣ ଏକା ସାଙ୍ଗରେ ପରଦାକୁ ଫେରିବେ ।

କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ବିପାଶା ମିକା ସିଂଙ୍କ ଫିଲ୍ମ ଦ୍ୱାରା ବଡ଼ ପରଦାକୁ ଫେରିବେ । ଏବେ ଏହି ଖବରରେ ମୋହର ଲାଗିଯାଇଛି । ପ୍ରଥମେ ଫିଲ୍ମର ସୁଟିଂ ଜୁନ ମାସରୁ ଆରମ୍ଭ ହେବାର ଥିଲା,କିନ୍ତୁ କୌଣସି କାରଣରୁ ସେପ୍ଟେମ୍ବରକୁ ଘୁଂଚିଥିଲା । ଭୂଷଣ ପଟେଲ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଭୂଷଣ ଏହା ପୂର୍ବରୁ ୨୦୧୫ରେ କରଣ ଏବଂ ବିପାଶାଙ୍କ ଫିଲ୍ମ ଏଲୋନରେ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମର ସୁଟିଂ ଲଣ୍ଡନରେ ହେବ । ବିପାଶା ଜଣେ ପୋଲିସ ଚରିତ୍ରରେ ଅଭିନୟ କରିବେ । କରଣ ଜଣେ ବିଜନେସମ୍ୟାନ ଭାବରେ ନଜର ଆସିବେ । ଏହା ଏକ ଥ୍ରିଲର ଡ୍ରାମା ଫିଲ୍ମ ହେବ ଏବଂ ବର୍ଷ ଶେଷକୁ ରିଲିଜ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More