Only for Entertainment

“HELLO” ମ୍ୟାଗାଜିନ ପାଇଁ ଫଟୋସୁଟ କଲେ କରୀନା, ଦେଖିବାକୁ ମିଳିଲା ଷ୍ଟାଇଲିସ ଅବତାର ।

bollywood tadka
0 30

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ନିକଟରେ ‘ହ୍ୟାଲୋ’ ମ୍ୟାଗାଜିନ ପାଇଁ ଫଟୋସୁଟ କରାଇଛନ୍ତି । ଏହି ମ୍ୟାଗାଜିନ ଫଟୋ ସୁଟରେ କରୀନା ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଥିଲେ । ଏହି ମ୍ୟାଗାଜିନର କଭର ଫଟୋରେ କରୀନା କପୁର ଖାନଙ୍କୁ ଦେଖିବାକୁ ମିଳିବ ।

kareena

ଫଟୋସୁଟ ସମୟରେ କରୀନା ୩ଟି ଡ୍ରେସରେ ନଜର ଆସିଥିଲେ । ପ୍ରଥମଟିରେ କରୀନା ମେରୁନ ରଙ୍ଗର ଗାଉନରେ ନଜର ଆସିଥିଲେ ଏହି ଗାଉନ ସହିତ ସେ ବ୍ଲୁ ଜ୍ୟାକେଟ କ୍ୟାରି କରିଥିଲେ । ଅନ୍ୟ ଏକ ଫଟୋ କରୀନାଙ୍କୁ ବ୍ଲୁ ଗାଉନରେ ଦେଖିବାକୁ ମିଳିଛି । ଏହା ସହିତ ଆଉ ଏକ ଫଟୋରେ କରୀନା ଗୋଲଡେନ ଆଉଟଫିଟରେ ନଜର ଆସିଛନ୍ତି ।

kareena1

କରୀନାଙ୍କ ଏହି ମ୍ୟାଗାଜିନ ଫଟୋସୁଟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଫଟୋକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ କରୀନା ଖୁବ ଶୀଘ୍ର କରଣ ଜୋହରଙ୍କ ଫିଲ୍ମ ‘ତଖ୍ତ’ରେ ନଜର ଆସିବେ । ଏହି ଫିଲ୍ମରେ କରୀନାଙ୍କ ବ୍ୟତିତ ରଣବୀର କପୁର, ଅନିଲ କପୁର, ଆଲିଆ ଭଟ୍ଟ, ଜାହ୍ନବୀ କପୁର, ଭିକି କୌଶାଲ ଏବଂ ଭୂମି ପେଡନେକର ନଜର ଆସିବେ ।

kareena3

kareena4

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More