Only for Entertainment

‘ଅଙ୍ଗ୍ରେଜୀ ମିଡିଅମ’ରୁ ସାମ୍ନାକୁ ଆସିଲା କରୀନା କପୁରଙ୍କ ପ୍ରଥମ ଲୁକ, ଫିଲ୍ମରେ ଅଫିସର ଭୂମିକାରେ ଆସିବେ ନଜର

HungryBoo
28

କରୀନା କପୁର ଖାନ ଖୁବ ଶୀଘ୍ର ଫିଲ୍ମ ‘ଅଙ୍ଗ୍ରେଜୀ ମିଡିଅମ’ରେ ନଜର ଆସିବେ । ଏହି ଫିଲ୍ମରେ କରୀନା ପ୍ରଥମ ଥର ପାଇଁ ବଲିଉଡ ଅଭିନେତା ଇରଫାନ ଖାନଙ୍କ ସହିତ ଏହି ଫିଲ୍ମରେ ସ୍କ୍ରିନ ସେୟାର କରିବେ । କରୀନା ନିକଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମରେ କରୀନା କପୁରଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ୩୦ ଜୁନରେ କରୀନା ବଲିଉଡରେ ନିଜର ୧୯ ବର୍ଷ ପୂରା କରିଛନ୍ତି । ଏହି ଅବସରରେ ମେକର୍ସ ‘ଅଙ୍ଗ୍ରେଜୀ ମିଡିଅମ’ରେ କରୀନାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କରୀନାଙ୍କ ପ୍ରଥମ ଲୁକ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଅଙ୍ଗ୍ରେଜୀ ମିଡିଅମ’ରୁ କରୀନା କପୁରଙ୍କ ପ୍ରଥମ ଲୁକ… ଫିଲ୍ମରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଇରଫାନ ଖାନ ଲିଡ ରୋଲରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ହୋମୀ ଅଦଜାନିଆ … ଦିନେଶ ବିଜାନ ଦ୍ୱାରା ନିର୍ମିତ… ଏବେ ଫିଲ୍ମର ସୁଟିଂ ଲଣ୍ଡନ ରେ ଚାଲିଛି । ଏହା ସହିତ କରୀନା ଇଣ୍ଡଷ୍ଟ୍ରୀରେ ନିଜର ୧୯ ବର୍ଷ ପୂରା କରିଛନ୍ତି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More