Only for Entertainment

ଏଥର ନେପାଳ ହୋଷ୍ଟ କରିବ ଆଇଫା ଆୱାର୍ଡ, ଖର୍ଚ୍ଚ ହେବ ଏତେ କୋଟି!

42

ଆସନ୍ତା ମାସରେ ନେପାଳରେ ଆୟୋଜିତ ହେବାକୁ ଯାଉଛି ଆଇଫା ପୁରସ୍କାର ଉତ୍ସବ | ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ ଆୱାର୍ଡ ନାମରେ ପରିଚିତ ଏହି ପୁରସ୍କାର ଉତ୍ସବ ନେପାଳର ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ନେପାଳ ସରକାର ଆଶା ବାନ୍ଧିଛନ୍ତି | ୨୦୧୫ରେ ହୋଇଥିବା ଭୂମିକମ୍ପରେ ନେପାଳରେ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଥିଲା | ଯାହାଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଚିନ୍ତାର କାରଣ ପାଲଟିଥିଲା |

ନେପାଳ ପର୍ଯ୍ୟଟନ ମନ୍ତ୍ରାଳୟ ଆଶା ରଖିଛି ଯେ ଏଭଳି ପୁରସ୍କାର ଉତ୍ସବ ଆୟୋଜନ କରି ଭାରତ ଓ ବିଦେଶର ଅତିଥିଙ୍କୁ ନେପାଳକୁ ଆକୃଷ୍ଟ କରିହେବ | ସେଥିପାଇଁ ନେପାଳ ସରକାର ଏହି କାର୍ଯ୍ୟକ୍ରମ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି | ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିଉଡର ଅଭିନେତା, ଅଭିନେତ୍ରୀଙ୍କ ସହ କିଛି ବିଦେଶୀ ଅତିଥି ମଧ୍ୟ ସାମିଲ ହେବେ |
ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଶିଳ୍ପପତିଙ୍କୁ କିଭଳି ନେପାଳକୁ ଆମନ୍ତ୍ରଣ କରିହେବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାର ନେପାଳ ପର୍ଯ୍ୟଟନ ବୋର୍ଡର ସିଇଓ ଦୀପକ ଯୋଶୀ କହିଛନ୍ତି | ଏଠାରେ ସୂଚନା ଥାଉ କି ୨୦୧୫ ମସିହା ଏପ୍ରିଲ ମାସରେ ନେପାଳରେ ହୋଇଥିବା ଭୁକମ୍ପରେ ୯ ହଜାର ଲୋକଙ୍କର ଜୀବନ ଯାଇଥିବାବେଳେ ୮୦୦୦ ଘର ମାଟିରେ ମିଶିଯାଇଥିଲା | ୨୦୧୮ ମସିହାରେ ଥାଇଲାଣ୍ଡର ଆଇଫା ଆୱାର୍ଡସ ୨୦୧୮ ଅନୁଷ୍ଠିତ ହୋଇଥିଲା |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More