Only for Entertainment

୫୨ବର୍ଷ ବୟସରେ ତୃତୀୟ ଥର ବାପା ହେବାକୁ ଯାଉଛନ୍ତି କରିସ୍ମାଙ୍କ ପୂର୍ବ ସ୍ୱାମୀ ସଞ୍ଜୟ କପୁର

india today
49

୩ଟି ବିବାହ କରିବା ପରେ ଏବେ ୫୨ବର୍ଷ ବୟସରେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ସ୍ୱାମୀ ସଞ୍ଜୟ । ୨୦୧୬ରେ କରିସ୍ମା ଏବଂ ସଞ୍ଜୟ ନିଜର ୧୩ବର୍ଷର ବିବାହ ବନ୍ଧନକୁ ଶେଷ କରିବା ସହ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଯାହା ପରେ ସଞ୍ଜୟ ନିଜ ପ୍ରେମିକା ପ୍ରିୟା ସଚ୍‌ଦେବାଙ୍କୁ ବିବାହ କରିଥିଲେ । ଏବେ ସଞ୍ଜୟ ତୃତୀୟ ଥର ବାପା ହେବାକୁ ଯାଉଥିବା ଖବର ମିଳିଛି ।

ସୂଚନା ମୁତାବକ, ପୂର୍ବରୁ କରିସ୍ମା ଏବଂ ସଞ୍ଜୟଙ୍କ ଝିଅ ସମାଇରା ଏବଂ ପୁଅ କିଆନ ଥିବା ବେଳେ ଏବେ ପ୍ରିୟା ଗର୍ଭବତୀ ଥିବାରୁ ସେ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ତେବେ ଦୁହିଁଙ୍କ ଛାଡ଼ପତ୍ର ପରେ ସମାଇରା ଏବଂ କିଆନଙ୍କ କଷ୍ଟଡ଼ି କରିସ୍ମାଙ୍କୁ ମିଳିଥିଲା । ସମାଇରା ଏବଂ ପୁଅ କିଆନ କରିସ୍ମାଙ୍କ ପାଖରେ ରହୁଥିଲେ ମଧ୍ୟ ଅନେକ ସମୟରେ ସଞ୍ଜୟଙ୍କୁ ସମାଇରା ଏବଂ କିଆନଙ୍କ ସହ ସମୟ ବିତାଉଥିବାର ଦେଖା ଯାଇଥାଏ । କରିସ୍ମାଙ୍କ ପୂର୍ବରୁ ସଞ୍ଜୟ ଡ଼ିଜାଇନର ନନ୍ଦିତା ମହତନୀଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୦୩ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More