Only for Entertainment

ସଂଜୀବ କପୂରଙ୍କ ପତି, ପତ୍ନୀ ଏବଂ ବୋ’ ର ରିମେକରେ କାର୍ତ୍ତିକ ଆର‌୍ୟନ ଆସିବେ ନଜର !

43

ଏହା କହିବା ଭୂଲ ହେବ ନାହିଁ ଯେ ୨୦୧୧ରେ ଫିଲ୍ମ ‘ପ୍ୟାର କା ପଂଚନାମା’ରେ ବଲିଉଡରେ ପାଦ ଦେଇଥିବା କାର୍ତ୍ତିକ ଆର‌୍ୟନ ଏବେ ଫିଲ୍ମ ଦୁନିଆଁରେ ସମସ୍ତଙ୍କର ପ୍ରିୟ ଅଟନ୍ତି । ତାଙ୍କର ପୂର୍ବ ଫିଲ୍ମ ସୋନୁ କି ଟିଟୁ କି ସ୍ୱିଟି ମଧ୍ୟ ବକ୍ସଅଫିସରେ ସୁପରହିଟ ହୋଇଥିଲା ।

ନିକଟରେ ମିଳିଥିବା ରିପୋର୍ଟ ମୁତାବକ ସଂଜୀବ କୁମାରଙ୍କ ୧୯୭୮ରେ ଆସିଥିବା ଫିଲ୍ମ ‘ପତି ପତ୍ନୀ ଔର ବୋ’ର ରିମେକ ହେବାକୁ ଯାଉଛି , ଯେଉଁଥିରେ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ । ଅରିଜିନାଲ ଫିଲ୍ମରେ ସଂଜୀବ କପୂରଙ୍କ ବ୍ୟତୀତ ରଂଜୀତା, ବିଦ୍ୟା ସିହ୍ନା ଏବଂ ଋଶି କପୂର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସୂତ୍ର ମୂତାବକ କାର୍ତ୍ତିକଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଛି ଏବଂ ମେକର୍ସ ଏଥିରେ କୌଣସି ପରିବର୍ତ୍ତନ କରିବେ ନାହିଁ , କେବଳ ପରିବର୍ତ୍ତନ କରିବେ ଆଜିର ସମୟକୁ ନେଇ କିଛି ।

ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମର ସୁଟିଂ ଫେବୃୟାରୀରେ ଆରମ୍ଭ କରାଯିବ । ଏବେ ପର୍ଯ୍ୟନ୍ତ ଏହି ଫିଲ୍ମର ହିରୋଇନ ବଛାଯାଇନାହିଁ । ଏଠାରେ ଆମେ କହି ରଖୁଛୁ ଯେ କାର୍ତ୍ତିକ ଆର‌୍ୟନ, କୃତି ସାନନଙ୍କ ସହ ଲୁକାଛୁପିରେ ମଧ୍ୟ ନଜର ଆସିବେ । ଏହାବ୍ୟତୀତ ଇମତିଆଜ ଅଲ୍ଲୀଙ୍କ ‘ଲଭ ଆଜ କଲ୨’ରେ ମଧ୍ୟ ସାରା ଅଲ୍ଲୀ ଖାନଙ୍କ ସହ କାଷ୍ଟ କରାଯିବ ଖବର ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More