Only for Entertainment

ନୂଆ କାଶ୍ମୀର: ବଦଳିଛି କାଶ୍ମୀରର ରୂପ, ସମସ୍ୟା ମଧ୍ୟରେ ଶାନ୍ତିର ବାର୍ତ୍ତା, ଦେଖନ୍ତୁ ଭାଇରାଲ ଫଟୋ

punjabkesari
82

କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଲଦାଖ୍‌କୁ ପୃଥକ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାରର ଐତିହାସିକ ପଦକ୍ଷେପ ଚର୍ଚ୍ଚାରେ ରହିଛି। ଏହି ପଦକ୍ଷେପ ପରେ ଜମ୍ମୁ-କଶ୍ମୀରସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଭଳି ସମୟରେ ବିରୋଧୀ ଦଳର ନେତା ଘାଟିର ସ୍ଥିତି ଜାଣିବା ପାଇଁ ଶ୍ରୀନଗର ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ବିମାନବନ୍ଦରରୁ ହିଁ ପଠାଇ ଦିଆଯାଇଥିଲା। ଏହି ତାଲିକାରେ ସିପିଏମ୍‌ ନେତା ସୀତାରାମ ୟେଚୁରି ଓ ତାଙ୍କ ପୂର୍ବରୁ କଂଗ୍ରେସ ନେତା ନବି ଆଜାଦ ଶ୍ରୀନଗର ପହଞ୍ଚି ଥିଲେ, କିନ୍ତୁ ଦୁଇ ନେତାଙ୍କୁ ବିମାନବନ୍ଦରରୁ ଦିଲ୍ଲୀ ପଠାଇ ଦିଆଯାଇଥିଲା। ଏହି କ୍ରମରେ ଜମ୍ମୁ-କଶ୍ମୀରରୁ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

 

ଭାଇରାଲ ହୋଇଥିବା ଫଟୋ ଜମ୍ମୁ-କଶ୍ମୀରରେ ନିୟୋଜିତ ଥିବା ଜଣେ ସିଆରପିଏଫ୍‌ ମହିଳା ସୁରକ୍ଷାକର୍ମୀଙ୍କର ବୋଲି ଜଣାପଡ଼ିଛି। ସେ ଏହି ଫଟୋରେ ସ୍ଥାନୀୟ ଜଣେ ଶିଶୁ ସହିତ ହାତ ମିଳାଉଥିବା ଦେଖିବାକୁ ମିଳିଛି। ଏହି ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ବି ଆସିଛି। ଦୁରଦର୍ଶନ ଓ ପ୍ରସାର ଭାରତୀ ମହିଳା ଯବାନଙ୍କ ଏହି ଫଟୋକୁ ଟୁଇଟର ହ୍ୟାଣ୍ଡେଲ୍‌ରେ ସେୟାର କରି ଲେଖିଛନ୍ତି, ‘ଏହା ବିଶ୍ୱାସ ଓ ହସର ଏକ ଅତୁଟ ସଙ୍ଗମ’।

ସେହିପରି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଚୌଧୁରୀ ସିଆରପିଏଫ୍‌ ମହିଳା ଯବାନ ଓ ଶିଶୁ ହାତ ମିଳାଉ ଥିବାର ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ‘ଏହା ଆଜିକା ଦିନର ସବୁଠାରୁ ସୁନ୍ଦର ଫଟୋ।’ କେବଳ ଏତିକି ନୁହେଁ ସିଆରପିଏଫ୍‌ ବି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏହି ସୁନ୍ଦର ଫଟୋକୁ ସେୟାର କରିଛି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More