ଶ୍ୱେତା ଦେଖିଲେ କସୌଟି ଜିନ୍ଦେଗି କି୨ ପ୍ରମୋ, ଏକତା ଙ୍କୁ କଲେ ଏହି ମେସେଜ ।
ଟିଭି ସୋ କସୌଟି ଜିନ୍ଦେଗି କି -୨ ପାଖାପାଖି ଏକ ଦଶକ ପରେ ଦର୍ଶକଙ୍କ ମଧ୍ୟକୁ ଆସୁଛି। ମାତ୍ର ଏଥର ଷ୍ଟାର କାଷ୍ଟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛନ୍ତି । ଏହି ସିରିଅଲ ର ଏବେ ପ୍ରମୋ ଲଞ୍ଚ କରିଦିଆଯାଇଛି ।
ପ୍ରମୋ ପାଇଁ ଏକତାଙ୍କୁ ପ୍ରଶଂସା ମିଳିବା ଆରମ୍ଭ ହୋଇଗଲାଣି । କିନ୍ତୁ ଏହି ନୂଆ ପ୍ରମୋ ଦେଖି ଏଥିରେ ପ୍ରେରଣା ଭୁମିକା ତୁଲାଇଥିବା ଶ୍ୱେତା ଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଶ୍ୱେତାଙ୍କୁ ନୂଆ ପ୍ରମୋ ପସନ୍ଦ ଆସିଥିବା ଜଣାଇଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ଏହି ସିରିଅଲରେ ପ୍ରେରଣାଙ୍କ ଭୂମିକା ତୁଲାଉଛନ୍ତି ଏରିକା ଫର୍ଣ୍ଣାଡିଜ । ମାତ୍ର କମୋଲିକା ଚରିତ୍ର ପାଇଁ ହୀନା ଖାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଏଯାଏଁ ଏହା ସ୍ପଷ୍ଟ ହୋଇନାହିଁ ।