Only for Entertainment

ପରିବାର ବର୍ଗଙ୍କ ସହ କିଛି ଖାସ ମୂହୂର୍ତ୍ତ ବିତାଉଥିବା ନଜର ଆସିଲେ କ୍ୟାଟରିନା, ଦେଖନ୍ତୁ ଫଟୋ ।

instagram
0 37

କ୍ୟାଟରିନା କୈଫ ଏବେ ପରିବାର ସହ ଖାସ ସମୟ ଅତିବାହିତ କରୁଛନ୍ତି । ସେ ପୂରା ପରିବାର ସହ ମୁମ୍ବାଇର ଏକ ରେସ୍ତୋରାଁରେ ଡିନର କରୁଥିବା ନଜର ଆସିଥିଲେ । କ୍ୟାଟରିନାଙ୍କର ପରିବାର ସହ ଡିନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ୟାଟରିନା ଶେଷଥର ଅଭିନେତା ଦବଙ୍ଗ ଖାନଙ୍କ ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ଅଭିନୟ ଏବଂ ଷ୍ଟଂଟକୁ ଖୁବ ପ୍ରଂଶସା କରାଯାଇଥିଲା । ସେହିପରି ତାଙ୍କ ଭଉଣୀ ଇଜାବେଲ ମଧ୍ୟ ଖୁବ ଶୀଘ୍ର ବଲିଉଡରେ ଏଂଟ୍ରି କରିବା ପାଇଁ ଯାଉଛନ୍ତି । ସେ ଏବେ ଠାରୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିସାରିଲେଣି । କ୍ୟାଟରିନାଙ୍କ ଭଉଣୀ ଇସାବେଲ ଏବଂ ତାଙ୍କର ପରିବାରବର୍ଗ ମୁମ୍ବାଇର ଏକ ରେସ୍ତୋରାଁରେ ନଜର ଆସିଥିଲେ ।

କ୍ୟାଟରିନାଙ୍କ ବାପା ମହମ୍ମଦ କୈଫ ଜଣେ ବ୍ୟବସାୟୀ । କ୍ୟାଟରୀନାଙ୍କ ଭଉଣୀ ଇସାବେଲ ସୁରଜ ପଂଚୋଲିଙ୍କ ସହ ‘ଟାଇମ ଟୁ ଡ୍ୟାନ୍ସ’ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏହି ଫିଲ୍ମ ଡ୍ୟାନ୍ସ ଉପରେ ଆଧାରିତ ଅଟେ । ଯେଉଁଥିରେ ଅନେକ ପ୍ରକାର ଡ୍ୟାନ୍ସ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଏବଂ କୋରିଓଗ୍ରାଫି କରିବେ ରେମୋ ଡିସୁଜାଙ୍କ ସହାୟକ ସ୍ଟେନଲି ଡିକୋଷ୍ଟା ଏବଂ ଭୂଷଣ କୁମାର ଏହାର ପ୍ରଯୋଜନା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More