Only for Entertainment

ମାୟାନଗରୀରେ ଲାକ୍ମି ଫ୍ୟାସନ୍ ୱିକ ଜଲୱା, ର‌୍ୟାମ୍ପରେ ଛାଇଲା ‘କ୍ୟାଟ୍ରିନା’ଙ୍କ ଯାଦୁ !

42

ମାୟାନଗରୀ ମୁମ୍ବାଇରେ ଆରମ୍ଭ ହୋଇ ଯାଇଛି ଲାକ୍ମି ଫ୍ୟାସନ୍ ୱିକ୍ – ୱିଂଟର୍ ଫେଷ୍ଟିଭ୍ ୨୦୧୯ । ଆଉ ପ୍ରଥମ ଦିନରେ ର‌୍ୟାମ୍ପରେ ଦେଖିବାକୁ ମିଳିଛି ଚିକନୀ ଚମେଲିଙ୍କ ହୁସ୍ନର ଯାଦୁ । ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା କୈଫ୍ ର‌୍ୟାମ୍ପରେ ଦେଖାଇଛନ୍ତି ଜଲୱା । ଡିଜାଇନର୍ ମନିଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ଆକର୍ଷଣୀୟ ବ୍ଲାକ୍ ଲେହଙ୍ଗାରେ କ୍ୟାଟ୍ରିନା ନଜର ଆସିଥିଲେ କାଫି ଆଟ୍ରାକ୍ଟିଭ୍ ।

ବ୍ଲାକ୍ ଲେହଙ୍ଗାରେ ଗୋଲ୍ଡେନ୍ ୱର୍କ ଆଉ ଏହାସହ କ୍ୟାଟ୍ରିନାଙ୍କ କାତିଲାନା ଅନ୍ଦାଜ୍ ଫ୍ୟାଶନ୍ ଶୋ’ ରେ ଚାର୍ ଚାନ୍ଦ ଲଗେଇ ଦେଇଥିଲା । ମନିଷଙ୍କ କଲେକ୍ସନ୍ର ଥିମ୍ ରହିଛି ‘ମାହରୁମ୍ୟାସା’ । ଆଉ ଏହି କଲେକ୍ସନର ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପିନ୍ଧି ର‌୍ୟାମ୍ପକୁ ଓହ୍ଲାଇଥିଲେ ମଡେଲମାନେ । ଆଉ ଶୋ’ଷ୍ଟପର୍ ଥିଲେ ବଲିଉଡ୍ ସିଲା ।

ମନିଷଙ୍କ ଏହି ଏକ୍ସକ୍ଲୁସିଭ୍ କଲେକ୍ସନର ମଜା ନେବା ପାଇଁ ପହଁଚିଥିଲେ ବି-ଟାଉନର ଅନେକ ସେଲିବ୍ରିଟି । ଫାଷ୍ଟ ରୋ’ରେ ନଜର ଆସିଥିଲେ ଅଭିନେତ୍ରୀ କରିଶ୍ମା କପୁର୍, ଅମ୍ରିତା ଅରୋରା, ଇଶାନ୍ ଖଟ୍ଟର୍, ଖୁସି କପୁର୍ ଆଦି ସେଲିବ୍ରିଟି ।


ଲାକ୍ମି ଫ୍ୟାସନ୍ ୱିକର ଏହି – ୱିଂଟର୍ ଫେଷ୍ଟିଭ୍ ସିଜିନରେ ଭାଗ ନେଇଛନ୍ତି ଅନେକ ଖ୍ୟାତି ନାମା ଫ୍ୟାସନ୍ ଡିଜାଇନର୍ । ଆଗକୁ ଆହୁରି ରଙ୍ଗୀନ୍ ହେବ ଲାକ୍ମି ଫ୍ୟାସନ୍ ୱିକ୍ । ବୁଧବାର ଆରମ୍ଭ ହୋଇଥିବା ଲାକ୍ମି ଫ୍ୟାଶନ୍ ୱିକ୍ ରବିବାର ଶେଷ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More