Only for Entertainment

ଖେସାରୀ ଲାଲ ୟାଦବଙ୍କ ଗୀତ ମଚାଇଲା ଧମାଲ, ୧କୋଟିରୁ ଉଦ୍ଧ୍ୱର୍ଥର ଦେଖା ଯାଇ ସାରିଲାଣି ଭିଡିଓ !

30

ଭୋଜପୁରୀ ସିନେମା ସୁପରଷ୍ଟାର ଏବଂ ବିଗ ବସରେ ଆସିଥିବା ଖେସାରୀ ଲାଲ ୟାଦବଙ୍କ ଜବରଦସ୍ତ ଭୋଜପୁରୀ ଗୀତ ‘ମୁସ୍କି ମାର କେ ଜେ ବୋଲେଲା କରେଜବୁ’ୟୁଟ୍ୟୁବ ମଚାଇଛି ଧମାଲ । ଏହି ଭିଡିଓରେ ଖେସାରୀ ଲାଲ ୟାଦବଙ୍କ ସହ କାଜଲ ରାଘବାନୀ ନଜର ଆସିଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଖେସାରୀ ଲାଲ ୟାଦବ ଏବଂ କାଜଲ ରାଘବାନୀ ଭୋଜପୁରୀର ୧ନମ୍ବର ବୋଲି ପରିଚିତ । ଏହି ଯୋଡି ଏହି ଭିଡିଓରେ ନିଜ କେମେଷ୍ଟ୍ରିରେ ଧମାଲ ମଚାଇଛି । ଫ୍ୟାନ୍ସଙ୍କୁ କାଜଲ ଏବଂ ଖେସାରୀଙ୍କ ଡାନ୍ସ ପସନ୍ଦ ଆସୁଛି ।

ଏହି ଭିଡିଓରେ ଖେସାରୀ ଲାଲ ଯାଦବ କାଜଲ ରାଘବାନୀଙ୍କ ସହ ମିଶି ଏଭଳି ଜଲୱା ଦେଖାଇଛନ୍ତି ଯେ ଏହି ଭିଡିଓକୁ ଲୋକେ ବାର ବାର ଦେଖୁଛନ୍ତି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏବେ ପର୍ଯ୍ୟନ୍ତ ୧କୋଟି ୬୧ଲକ୍ଷ ଥର ଦେଖାଯାଇ ସାରିଲାଣି । ଖେସାରୀ ଲାଲ ୟାଦବ ଏବଂ କାଜଲ ରାଘବାନୀ ଦୁହେଁ ନିଜ ଡାନ୍ସ ପାଇଁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖୁବ ପ୍ରସିଦ୍ଧା ଏହି ଭିଡିଓ ଏବେ ୟୁଟ୍ୟୁବରେ ଟ୍ରେଣ୍ଡ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More