Only for Entertainment

ଏହି ଷ୍ଟାର କିଡ ସହିତ ଡେବ୍ୟୁ କରିବାକୁ ଚାହାଁନ୍ତି ଖୁସି କପୁର, ଶାହରୁଖ ଖାନଙ୍କ ପୁଅ ଆର‌୍ୟନଙ୍କୁ କଲେ ରିଜେକ୍ଟ

bollywood tadka
29

ଅଭିନେତ୍ରୀ ଜାହ୍ନବୀ କପୁର ଗତ ବର୍ଷ ଫିଲ୍ମ ଧଡକ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏବେ ଜାହ୍ନବୀଙ୍କ ସାନ ଭଉଣୀ ଖୁସି କପୁରଙ୍କ ଡେବ୍ୟୁକୁ ନେଇ ଚର୍ଚ୍ଚା ଲାଗିରହିଛି । ନିକଟରେ ଏହି ଦୁଇ ଭଉଣୀ ନେହା ଧୂପିଆଙ୍କ ଚ୍ୟାଟ ଶୋ’ ‘ବିଏଫଏଫ ୱିଥ ବାଗ’ରେ ପହଁଚିଥିଲେ । ଏହି ଶୋ’ରେ ଜାହ୍ନବୀ ଏବଂ ଖୁସି ଅନେକ ରାଜ ବିଷୟରେ ଖୁଲାସା କରିଥିଲେ ।

ଶୋ’ର ହୋଷ୍ଟ ନେହା ଯେବେ ଖୁସିଙ୍କୁ ୩ଟି ଅପସନ ଦେଇ ପଚାରିଥିଲେ ସେ କାହା ସହିତ ବଲିଉଡ ଡେବ୍ୟୁ କରିବାକୁ ଚାହିଁବେ, ଶାହରୁଖ ଖାନଙ୍କ ପୁଅ ଆର‌୍ୟନ ଖାନ, ଚଙ୍କି ପାଣ୍ଡେଙ୍କ ପୁଅ ଅହାନ ପାଣ୍ଡେ ନା ଜାବେଦ ଜଫରୀଙ୍କ ପୁଅ ମିଜାନ ଜାଫରୀ । ଏହି ପ୍ରଶ୍ନରେ ଖୁସି ଅହାନ ପାଣ୍ଡେଙ୍କୁ ବାଛିଥିଲେ ।

ahaan

ଖୁସିଙ୍କ କହିବା ଅନୁସାରେ ସେ କେବଳ ଅହାନଙ୍କୁ ଆକ୍ଟିଂ କରୁଥିବାର ଦେଖିଛନ୍ତି ତେଣୁ ଏହା ସୁରକ୍ଷିତ ଅପସନ ହେବ । କିନ୍ତୁ ଖୁସିଙ୍କ ଡେବ୍ୟୁ ପାଇଁ ଜାହ୍ନବୀ ମିଜାନ ଜାଫରୀଙ୍କୁ ବାଛିଥିଲେ ।

କିଛି ଦିନରୁ ଚର୍ଚ୍ଚା ହେଉଥିଲା ଯେ, ଖୁସି କପୁର ଆର‌୍ୟନଙ୍କ ସହିତ କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ । ତେବେ ଦେଖାଯାୁ ଖୁସି କେବେ ଏବଂ କାହା ସହିତ ବଲିଉଡ ଡେବ୍ୟୁ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More