Only for Entertainment

ସିରିଆରେ ଜଣେ ସାମ୍ବାଦିକଙ୍କ ଜୀବନ ବଂଚାଇବାରେ ସହାୟକ ହୋଇଥିଲା ଶାହାରୁଖଙ୍କ ନାମ,ଜାଣନ୍ତୁ କିପରି ।

the indian express
0 32

୭ବର୍ଷ ହେଲାଣି ସିରିଆରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଏହି ଦେଶର ପରିସ୍ଥିତି ସୁଧୁରିବା ଆରମ୍ଭ ହୋଇଛି । ସେଠାକୁ ଯାଇଥିବା ଜଣେ ସାମ୍ବାଦିକ କାର୍ତ୍ତିକେୟ ଶର୍ମା ନିଜ ଅନୁଭୂତିକୁ ସେୟାର କରିଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ କହିବା ଅନୁଯାୟୀ, ସିରିଆରେ ଥିବା ସବୁ ଚେକ୍‌ ପଏଣ୍ଟରେ ସ୍ଥାନୀୟ ଲୋକ ବା ସେଠାରେ ଥିବା ସରକାରଙ୍କ ନାଁ କହିବା ପରେ ଯବାନମାନେ ଆଗକୁ ବଢ଼ିବା ପାଇଁ ଅନୁମତି ଦେଇଥାନ୍ତି ।

କିନ୍ତୁ ଏହି ଦୁଇଟି ସୁବିଧା କାର୍ତ୍ତିକେୟଙ୍କ ପାଖରେ ନଥିଲା । ଏ ଦୁଇଟି ସୁବିଧା ନଥାଇ ମଧ୍ୟ ସେ ଭାରତୀୟ ହୋଇଥିବାରୁ ସେଠାକୁ ଯାଇ ସିରିଆ ବୁଲି ଆସି ପାରିଥିଲେ ବୋଲି କହିଛନ୍ତି । ସବୁ ଚେକ୍‌ ପଏଣ୍ଟରେ ତାଙ୍କ ଗାଡ଼ି ଅଟକୁ ଥିବା ବେଳେ ଯବାନମାନେ ତାଙ୍କୁ ତାଙ୍କ ପରିଚୟ ପଚାରୁଥିଲେ । ମୁଁ ଭାରତୀୟ କହିବା ପରେ ଯବାନମାନେ ଖୁସି ହୋଇଯିବା ସହ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କୁ ଆମର ନମସ୍କାର ଜଣାଇବେ ବୋଲି କହି ଆଗକୁ ଛାଡ଼ୁଥିଲେ । ଖାଲି ଶାହାରୁଖ୍‌ ନୁହେଁ, ଅମିତାଭ ବଚ୍ଚନ, କରିସ୍ମା କପୁର ଏବଂ ଅମିତାଭ ବଚ୍ଚନଙ୍କ ପୁଅ ଏବଂ ବୋହୁ ଭିତରେ ଏବେ କିପରି ସଂପର୍କ ରହିଛି ସେ ବିଷୟରେ ମଧ୍ୟ ପଚାରୁଥିଲେ ।

୧୦୦ରୁ ୯୦ପ୍ରତିଶତ ଲୋକ ଶାହାରୁଖ୍‌ଙ୍କ କଥା ପଚାରୁଥିବା କାର୍ତ୍ତିକେୟ ଏକ ଆର୍ଟିକିଲ ଜରିଆରେ ଜଣାଇଥିବା ଦେଖା ଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶ୍ୱରେ ବଲିଉଡ୍‌ କଳାକାରଙ୍କର ଲୋକମାନଙ୍କ ଉପରେ କେତେ ପ୍ରଭାବ ରହିଛି ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More