Only for Entertainment

ଚିକେନ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସମସ୍ତ ଫାଇଦା

160

ଅନେକ ଲୋକ ନିଜ ମିଲରେ ଚିକେନ ସାମିଲ କରିବାକୁ ଖୁବ ଭଲ ପାଆନ୍ତି । ଚିକେନ ଅନ୍ୟ ମାଂସ ଭଳି କେବଳ ଶସ୍ତା ନୁହେଁ ବରଂ ଏହା ଶରୀର ଏବଂ ତ୍ୱଚା ପାଇଁ ଖୁବ ଲାଭକାରୀ । ଚିକେନରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ଗ୍ରହଣ କରାଯାଏ । କେବଳ ଏତିକି ନୁହେଁ ବରଂ ଚିକେନ ଏଭଳି ଏକ ଖାଦ୍ୟ ଯାହାକୁ ଏକାଧିକ କାମରେ ବ୍ୟବହାର କରା ଯାଇପାରିବ । କାରଣ ଓଜନ ବଢାଇବା ପାଇଁ ଖାଦ୍ୟରେ ଚିକେନକୁ ସାମିଲ କରା ଯାଇପାରିବ ଏବଂ ଓଜନ କମାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରା ଯାଇପାରିବ । କିନ୍ତୁ ତାହାର ପ୍ରକିୟାକୁ ଅନୁସରଣ କରିବାକୁ ପଡ଼ିବ ।

ଭରପୂର ପୋଷକ ତତ୍ତ୍ୱ-
ସମସ୍ତେ ଜାଣନ୍ତି ଚିକେନ ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୋଇଥାଏ । ଏହା ସହିତ ଚିକେନ ଶରୀରରେ କୋଷ ଏବଂ ଟିସୁ ବୃଦ୍ଧି ହେବାରେ ସାହାର୍ଯ୍ୟ କରିଥାଏ ଓ ମଜବୁତ ମଧ୍ୟ କରିଥାଏ । ଏଥିରେ କମ ଫ୍ୟାଟ ଥିବାରୁ ଏହାକୁ ଡାଏଟରେ ମଧ୍ୟ ସାମିଲ କରିହେବ । ତେଣୁ ଏକ ସୁସ୍ଥ ଜୀବନ ଏବଂ ଲମ୍ବା ସମୟ ପାଇଁ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ଚିକେନକୁ ସାମିଲ କରନ୍ତୁ ।

ଆଂଟି ଡିପ୍ରେସାଂଟ-
ଚିକେନରେ ଟ୍ରାଇପ୍ତୋଫାନ ନାମକ ଅମିନୋ ଏସିଡ ରହିଛି । ଯାହାକୁ ଗ୍ରହଣ କରିବା ଦ୍ୱାରା ଦୁଃଖ କମ ହୋଇଥାଏ । ଏହା ମସ୍ତିଷ୍କରୁ ଚିନ୍ତାକୁ ଦୂର କରିଥାଏ ଏବଂ ମାନସିକତାକୁ ମଧ୍ୟ ପରିବର୍ତ୍ତନ କରିଥାଏ ।

ଅସ୍ଥି ହାନୀକାରକରୁ ରକ୍ଷା-
ବୃଦ୍ଧାବସ୍ଥାକୁ ଗତି କରୁଥିବା ଜଣେ ବ୍ୟକ୍ତି ଆର୍ଥରିସିସ ଏବଂ ହାଡ଼ ସମ୍ବଦ୍ଧୀୟ କୌଣସି ରୋଗରେ ପିଡ଼ିତ ହୋଇଥାନ୍ତି । କିନ୍ତୁ ପ୍ରତିଦିନ ଚିକେନ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ, ଏବଂ ଅନେକ ଅସୁବିଧାରୁ ମୁକ୍ତି ମିଳିଥାଏ ।

ହୃତପିଣ୍ଡ ପାଇଁ ଲାଭଦାୟକ-
ଏହା ହୋମୋସିଷ୍ଟିନ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ବିଭିନ୍ନ ପ୍ରକାର କାର୍ଡିଓଭସ୍କୁଲାର ରୋଗରୁ ରକ୍ଷା କରିଥାଏ । ହୋମୋସିଷ୍ଟିନ ଏକ ଅମିନୋ ଏସିଡ,ଯାହା ଆବଶ୍ୟକତା ଠାରୁ ଅଧିକ ହେଲେ ହୃତପିଣ୍ଡ ଉପରେ ବିଶେଷ କୁପ୍ରଭାବ ପକାଇଥାଏ ।

ପ୍ରଚୁର ଫସଫରସ-
ଚିକେନରେ ପ୍ରଚୁର ପରିମାଣରେ ଫସଫରସ ରହିଛି, ଯାହା ଦାନ୍ତ ଏବଂ ହାଡ଼କୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ଦାନ୍ତ ମାଢୀର ମଧ୍ୟ ଯତ୍ନ ନେଇଥାଏ । ଫସଫରସ କିଡନୀ, ଲିଭର ଏବଂ କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ନିୟନ୍ତ୍ରଣ କରିଥାଏ ।

ସେଲେନିୟମ-
ଚିକେନର ମୁଖ୍ୟ ଉପାଦାନ ହେଉଛି ସେଲେନିୟମ । ଏହା ଏକ ଉପକାରୀ ଖଚ୍ଚିଜ ଯାହା ଶରୀରରେ ମେଟାବୋଲିଜିମକୁ ବୃଦ୍ଧି କରିଥାଏ । ଏହା ଥାଇରଏଡ ଗ୍ରନ୍ଥି ସହିତ ଶରୀରର ପ୍ରତିରକ୍ଷା କ୍ଷମତାକୁ ବଢାଇଥାଏ । ଏହି ଉପାଦାନ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।

ମେଟାବୋଲିଜିମ ବୁଷ୍ଟର-
ଚିକେନରେ ଥିବା ଭିଟାମିନ ବି-୬ ଶରୀରରେ ମେଟାବୋଲିକର ପରିମାଣକୁ ବଢାଇଥାଏ । ଅର୍ଥାତ ଏହା ଖାଦ୍ୟକୁ ସହଜରେ ହଜମ ହେବାରେ ସାହାର୍ଯ୍ୟ କରିଥାଏ । ଯାହା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ଏହା ରକ୍ତ ବାହିକାକୁ ସୁସ୍ଥ ରଖିଥାଏ ଏବଂ ଶରୀରରେ ଶକ୍ତି ବଢାଇଥାଏ ।

ନିଆସିନ-
ଏହା ଏକ ପ୍ରକାର ଭିଟାମିନ ଯାହା କର୍କଟ ରୋଗ ଠାରୁ ଦୂରେଇ ରଖିଥାଏ । ଏହା ଦୋଷପୂର୍ଣ୍ଣ ଡିଏନଏ ଏବଂ ବିଭିନ୍ନ କର୍କଟ ରୋଗକୁ ଗାର୍ଡ ଭାବରେ ଜଗିଥାଏ ।

ସୁସ୍ଥ ଆଖି-
ଏହା ଆଖିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନରୁ ରେଟିନୋଲ,ଆଲଫା, ବେଟା-କ୍ୟାରୋଟିନ ଓ ଲାଇକୋପେନ ମିଳିଥାଏ । ଯାହା ସୁସ୍ଥ ଆଖି ପାଇଁ ନିହାତି ଦରକାର ।

ସୁସ୍ଥ ଟିସୁ ବୃଦ୍ଧି-
ବିଭିନ୍ନ କାରଣରୁ ତ୍ୱଚା ନଷ୍ଟ ହୋଇ ଯାଇଥାଏ । ପେଯରିକି ଓଠ ଫାଟିବା ଏବଂ ମୁହଁ ଫାଟିବା ଭଳି ସମସ୍ୟା ଦେଖା ଯାଇଥାଏ । ତେଣୁ ଚିକେନ ଖାଇବା ଦରକାର । ଏହା ସୁସ୍ଥ  ଟିସୁ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More