Only for Entertainment

ଆପଣଙ୍କ ପେଟର ବାମ ପଟେ ଯନ୍ତ୍ରଣା ହେଉଛି , ଦେଇଥାଏ ଏହି ରୋଗର ସଙ୍କେତ …

115

ବେଳେ ବେଳେ ଖାଇବା ପିଇବାରେ ଠିକଣା ରହୁ ନ ଥିବାରୁ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଯାଇଥାଏ । ଯାହାକୁ ଆପଣମାନେ ଅତି ସାମାନ୍ୟ ଭାବିଥାନ୍ତି । କିନ୍ତୁ ଯଦି ଯନ୍ତ୍ରଣା ଆପଣଙ୍କ ପେଟର ବାମ ପଟେ ହେଉଛି, ତେବେ ଏହାକୁ ସାମାନ୍ୟ ନ ଭାବି ଡ଼ାକ୍ତରଙ୍କୁ ଦେଖାନ୍ତୁ । କାରଣ, ବାରମ୍ବାର ପେଟର ବାମ ପଟେ ହେଉଥିବା ଯନ୍ତ୍ରଣା ଅନେକ ଶାରୀରିକ ସମସ୍ୟାର ସଙ୍କେତ ଦେଇଥାଏ । ଏ ବିଷୟରେ ଠିକ୍‌ ସମୟରେ ଜାଣି ତାହାର ଚିକିତ୍ସା କରିବା ଦରାକାର ।

୧. ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ବା ଦରକାର ଠାରୁ ଅଧିକ ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ । ଏହା ଅତି ସାଧାରଣ ସମସ୍ୟା । କିନ୍ତୁ ଏଥିପ୍ରତି ଆରମ୍ଭରୁ ହିଁ ଧ୍ୟାନ ଦେବା ଦରକାର । ଏହି ସମସ୍ୟାକୁ ଅଣଦେଖା କଲେ ଏହା ଅଲ୍‌ସରରେ ପରିଣତ ହୋଇ ଯାଇଥାଏ । ଏହାଦ୍ୱାରା ପେଟରେ ଯନ୍ତ୍ରଣା ବଢ଼ି ଯାଇଥାଏ । ଏଭଳି ସମସ୍ୟା ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

୨. ଖାଦ୍ୟ ହଜମ ନ ହେଲେ ମଧ୍ୟ ପେଟର ବାମ ପଟେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପେଟ ଭାରୀ ଲାଗିବା ସହ ପୋଡ଼ିବା ଭଳି ଅନୁଭବ ହୋଇଥାଏ । ଏଭଳି ସମସ୍ୟା ଥିଲେ ମସଲାଜାତୀୟ ଖାଦ୍ୟ ବା ତେଲଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ ।

୩. ଯେଉଁ ଲୋକମାନଙ୍କର କିଡ଼୍‍ନୀ ଷ୍ଟୋନର ସମସ୍ୟା ରହିଥାଏ, ସେମାନଙ୍କର ବାମ ପଟ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କିଡ଼୍‍ନୀରେ ମିନେରାଲ୍ସ ଜମା ହେବାକୁ ଲାଗିବା ପରେ ଏହା ଷ୍ଟୋନରେ ପରିଣତ ହୋଇ ଯାଇଥାଏ । ଯେତେବେଳେ ଏହି ଷ୍ଟୋନର ଆକାର ବଢ଼ିଥାଏ, ସେତେବେଳେ ପେଟର ବାମ ପଟେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏପରି ଲକ୍ଷଣ ଦେଖାଗଲେ, ଡ଼ାକ୍ତରଙ୍କୁ ଦେଖାଇ ତୁରନ୍ତ ଚିକିତ୍ସା କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More